ଓଡିଶା

odisha

By

Published : Jan 25, 2021, 1:42 PM IST

ETV Bharat / bharat

ଟିଆରପି ସ୍କାମ: ରିପବ୍ଲିକ୍ ନ୍ୟୁଜ ଚ୍ୟାନେଲ CEOଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଟିଆରପି ସ୍କାମର ଯାଞ୍ଚ କରୁଥିବା ମୁମ୍ବାଇ ପୋଲିସ ପୂର୍ବତନ BARC ସିଇଓ ପାର୍ଥୋ ଦାସଗୁପ୍ତା, ରିପବ୍ଲିକ୍ ନ୍ୟୁଜ୍ ଚ୍ୟାନେଲର ସିଇଓ ବିକାଶ ଖାନ୍ ଚନ୍ଦାନୀ ଏବଂ BARCର ରୋମିଲ୍ ରାମଗଡିଆଙ୍କ ବିରୋଧରେ ଅତିରିକ୍ତ 3600 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଅଧିକ ପଢନ୍ତୁ...

ଟିଆରପି ସ୍କାମ
ଟିଆରପି ସ୍କାମ

ମୁମ୍ବାଇ: ଟିଆରପି ସ୍କାମର ଯାଞ୍ଚ କରୁଥିବା ମୁମ୍ବାଇ ପୋଲିସ ପୂର୍ବତନ BARC ସିଇଓ ପାର୍ଥୋ ଦାସଗୁପ୍ତା, ରିପବ୍ଲିକ୍ ନ୍ୟୁଜ୍ ଚ୍ୟାନେଲର ସିଇଓ ବିକାଶ ଖାନ୍ ଚନ୍ଦାନୀ ଏବଂ BARC ର ରୋମିଲ୍ ରାମଗଡିଆଙ୍କ ବିରୋଧରେ ଅତିରିକ୍ତ 3600 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏହି ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିବା ପୂର୍ବରୁ ମୁମ୍ବାଇ ପୋଲିସ ନଭେମ୍ବର 2020ରେ 12 ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

ଚାର୍ଜସିଟରେ ମୁମ୍ବାଇ ପୋଲିସ ଦାବି କରିଛି ଯେ ପାର୍ଥୋ ଦାସଗୁପ୍ତାଙ୍କୁ ରିପବ୍ଲିକ୍ ନ୍ୟୁଜ୍ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏକ ବିଦେଶ ଯାତ୍ରା ପାଇଁ 12,000 ଆମେରିକୀୟ ଡଲାର୍ ପ୍ରଦାନ କରିଛନ୍ତି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଟିଆରପି ସଂଶୋଧନ ପାଇଁ ପାର୍ଥୋ ଦାସଗୁପ୍ତାଙ୍କୁ ପର୍ଯ୍ୟାୟକ୍ରମେ 40 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ପୂର୍ବତନ BARC କର୍ମଚାରୀ ଏବଂ କିଛି କେବୁଲ ଅପରେଟରଙ୍କ ସମେତ ମୋଟ 59 ଜଣ ଲୋକ BARCର ଫୋରେନସିକ୍ ଅଡିଟ୍ ରିପୋର୍ଟର ପ୍ରମାଣ ଦେଇଛନ୍ତି।

ପାର୍ଥୋ ଦାସଗୁପ୍ତ ତାଙ୍କ କହିଛନ୍ତି ଯେ ସେ 2003 ମସିହାରୁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଜାଣିଛନ୍ତି। ଟାଇମ୍ସ ନେଟୱାର୍କରେ ଏକାଠି କାମ କରୁଥିବାରୁ ଦୁହିଁଙ୍କର ଭଲ ପରିଚୟ ଥିଲା। ରିପବ୍ଲିକ୍ ନ୍ୟୁଜ୍ ଚ୍ୟାନେଲ୍ 2017ରେ ଅର୍ଣ୍ଣବ ଗୋସ୍ବାମୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଟିଆରପି ପାଇଁ ଅର୍ଣ୍ଣବ ଗୋସ୍ବାମୀ ପାର୍ଥୋ ଦାସଗୁପ୍ତାଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details