ଓଡିଶା

odisha

ETV Bharat / bharat

Hanuman Chalisa Row: ନବନୀତ ଆଣିଥିଲେ ସଙ୍ଗୀନ ଅଭିଯୋଗ, ଜବାବ ଦେଲେ ମୁମ୍ବାଇ ପୋଲିସ କମିଶନର - ଥାନାରେ ସାଂସଦ ରାଣାଙ୍କ ଭିଡିଓ

ପୋଲିସ ଦେଇନଥିଲା ପାଣି । ରାତି ସାରା ଥାନାରେ ଶୋଷିଲା ଥିବା ଅଭିଯୋଗ କରି ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ସାସଂଦ ନବନୀତ ରାଣା । ପୋଲିସ କମିଶନର ଜାରି କଲେ ଥାନା ପରିସରରେ ଚା’ ପିଇବାର ଭିଡିଓ । ଅଧିକ ପଢନ୍ତୁ

ପୋଲିସ ବିରୋଧରେ ପାଣି ନଦେବାର ଅଭିଯୋଗ ଆଣିଥିଲେ ନବନୀତ ରାଣା, ଥାନାରେ ଚା ପିଇବାର  ଭିଡିଓ ପୋଷ୍ଟ କଲେ ମୁମ୍ବାଇ ପୋଲିସ କମିଶନର
ପୋଲିସ ବିରୋଧରେ ପାଣି ନଦେବାର ଅଭିଯୋଗ ଆଣିଥିଲେ ନବନୀତ ରାଣା, ଥାନାରେ ଚା ପିଇବାର ଭିଡିଓ ପୋଷ୍ଟ କଲେ ମୁମ୍ବାଇ ପୋଲିସ କମିଶନର

By

Published : Apr 26, 2022, 3:28 PM IST

ମୁମ୍ବାଇ:ଗତକାଲି ପୋଲିସ ବିରୋଧରେ ଜାତିଗତ ନିର୍ଯାତନାର ଏକାଧିକ ସଙ୍ଗୀନ ଅଭିଯୋଗ ଆଣି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଥିଲେ ହନୁମାନ ଚାଳିଶା ପଠନ ବିବାଦରେ ଗିରଫ ହୋଇ ଜେଲରେ ଥିବା ଅମରାବତୀ ସାସଂଦ ନବନୀତ ରାଣା । ଅଭିଯୋଗର ମାତ୍ର ଗୋଟିଏ ଦିନ ଅର୍ଥାତ 24 ଘଣ୍ଟା ମଧ୍ୟରେ ଥାନା ପରିସରର ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣା ଥାନାରେ ଚା’ ପିଉଛନ୍ତି । ପୋଲିସ ସେମାନଙ୍କୁ ସହଯୋଗ ସହ ସମ୍ପୂର୍ଣ୍ଣ ଆତିଥ୍ୟ ମଧ୍ୟ ପ୍ରଦାନ କରୁଛି । ଥାନା ପରିସରରେ ଲାଗିଥିବା ସିସିଟିଭି କ୍ୟାମରାରେ ରାଣା ଦମ୍ପତିଙ୍କ ଗିରଫଦାରୀ ଦିନର ଏସବୁ ଭିଡିଓ କଏଦ ହୋଇଛି । ଗତକାଲି ନବନୀତ ରାଣାଙ୍କ ସଙ୍ଗୀନ ଅଭିଯୋଗ ପରେ ଆଜି ଭିଡିଓ ଟ୍ବିଟ କରିଛନ୍ତି ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ।

ପୋଲିସ ଦ୍ବାରା ଜାରି କରାଯାଇଥିବା ଭିଡିଓରେ ରାଣା ଦମ୍ପତି ଥାନାରେ ବସିଥିବା ବେଳେ ପୋଲିସ ଅଧିକାରୀଙ୍କ ବାର୍ତ୍ତାଳାପ ମଧ୍ୟ କରୁଛନ୍ତି । ଉଭୟଙ୍କୁ ଥାନା କର୍ତ୍ତୁପକ୍ଷଙ୍କ ଦ୍ବାରା ସେପରି କିଛି ଅସହଯୋଗ କିମ୍ବା ଦୁର୍ବ୍ୟବହାର ପରି ଚିତ୍ର ଆଦୌ ନଜର ଆସୁନାହିଁ । ଦମ୍ପତିଙ୍କ ହାତରେ ଚା’ କପ ଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଭିଡିଓ ମାଧ୍ୟମରେ ମୁମ୍ବାଇ ପୋଲିସ ବିରୋଧରେ ନବନୀତ ରାଣା ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ଦର୍ଶାଇବାକୁ ଚାହୁଁଛି ମୁମ୍ବାଇ ପୋଲିସ ।

ଗତକାଲି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲମ୍ବା ଅଭିଯୋଗ ସହ ଚିଠି ଲେଖିଥିଲେ ନବନୀତ ତାଙ୍କୁ 23 ତାରିଖ ବିଳମ୍ବିତ ସନ୍ଧ୍ୟାରେ ଗିରଫ ପରେ ଖାର ଥାନାକୁ ନେଇଥିଲା ପୋଲିସ । ସାରା ରାତି ଦମ୍ପତି ଥାନା ପରିସରରେ ରହିଥିଲେ । କିନ୍ତୁ ସେ ଜଣେ ଦଳିତ ହୋଇଥିବା କାରଣରୁ ତାଙ୍କୁ ସାରା ରାତି ପିଇବା ପାଇଁ ପାଣି ଦେଇନଥିଲା ପୋଲିସ । ସେହିପରି ରାତିରେ ଥାନା ରହଣି ସମୟରେ ସେ ଶୌଚାଳୟ ବ୍ୟବହାର କରିବାକୁ ପୋଲିସକୁ କହିଥିଲେ ସଦ୍ଧା ପୋଲିସ ତାଙ୍କ କଥାକୁ ଧ୍ୟାନ ନଦେଇ ପାଲଟା ଦୁର୍ବ୍ୟବହାର କରିଥିଲା । ଥାନା ପରିସରରେ ଥିବା ଶୌଚାଳୟ ନିମ୍ନଜାତିକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ଜଣେ ପୋଲିସ ଅଧିକାରୀ ତାଙ୍କୁ କହିଥିବା ଚିଠିରେ ଉଲ୍ଲେଖ କରିଥିଲେ ନବନୀତ । ରଣାଙ୍କ ଅଭିଯୋଗ ପରେ ଭିଡିଓ ଜାରି କରି ଜବାବ ରଖିଛନ୍ତି ମୁମ୍ବାଇ ପୋଲିସ କମିଶନର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details