ମୁମ୍ବାଇ: ଆଣ୍ଟିଲିଆ ମାମଲାକୁ ନେଇ ରାଜନୀତି ସରଗରମ ମଧ୍ୟରେ ହଟିଛନ୍ତି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ । ତାଙ୍କୁ ହୋମଗାର୍ଡ ବିଭାଗକୁ ବଦଳି କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରେ କରାଯାଇଛି ନିଯୁକ୍ତି ।
ପରମବୀରଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁମ୍ବାଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଦେଶମୁଖ ଟ୍ବିଟ କରି କହିଛନ୍ତି, ଏହା ସରକାରଙ୍କ ବଡ ନିଷ୍ପତ୍ତି । ହେମନ୍ତ ନଗରାଲେ ମୁମ୍ବାଇର ନୂଆ ପୋଲିସ କମିଶନର ହେବେ । ସେହିପରି ରଜନୀଶ ସେଠଙ୍କୁ ମହାରାଷ୍ଟ୍ର ପୋଲିସ ଡିଜିପିର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ପରମବୀର ସିଂହ ହୋମଗାର୍ଡ ବିଭାଗର ଦାୟିତ୍ବ ସମ୍ଭାଳିବେ ।