ମୁମ୍ବାଇ: ଗୁଗୁଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇଙ୍କ ନାମରେ ମାମଲା । କପିରାଇଟ ଆକ୍ଟ ଉଲ୍ଲଂଘନ ଅଭିଯୋଗରେ ପିଚାଇଙ୍କ ବିରୋଧରେ ଜଣେ ଭାରତୀୟ ସିନେ ନିର୍ମାତା ସୁନିଲ ଦର୍ଶନ ଏହି ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସୁନ୍ଦର ପିଚାଇଙ୍କ ସହ ଗୁଗୁଲର ଅନ୍ୟ ୫ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ମାମଲା ପରିସରକୁ ଆସିଛନ୍ତି ।
ଅଭିଯୋଗ ଆସିବା ପରେ ସୁନ୍ଦରଙ୍କ ନାମରେ ଏତଲା କରିବାକୁ ମୁମ୍ବାଇ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ପାଞ୍ଚଜଣ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ବିରୋଧରେ କପିରାଇଟ୍ ଆକ୍ଟ ଉଲ୍ଲଂଘନ ମାମଲା ରୁଜୁ ହୋଇଥିବା ସ୍ପଷ୍ଟ କରିଛି ମୁମ୍ବାଇ ପୋଲିସ ।