ଓଡିଶା

odisha

ETV Bharat / bharat

ବଡ ଖୁଲାସା, ଆର୍ୟାନଙ୍କ ହ୍ବାଟ୍ସଆପ ଚାଟରୁ ଡ୍ରଗ୍ସ ନେଟୱାର୍କ ଚେର ଖୋଜିବ NCB - Mumbai cruise

ଆର୍ୟାନ ଖାନଙ୍କ ଗିରଫ ପରେ ଧିରେଧିରେ ଖୋଲିବାରେ ଲାଗିଛି ଡ୍ରଗ୍ସ ପାର୍ଟିର ଗୁମର । ତମାମ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB) । ଏହାରି ମଧ୍ୟରେ ଏନସିବି ହାତରେ ଲାଗିଛି ଆର୍ୟାନଙ୍କ ହ୍ବାଟ୍ସଆପ ଚାଟ । ଅଧିକ ପଢନ୍ତୁ...

ବଡ ଖୁଲାସା, ଆର୍ଯ୍ୟନଙ୍କ ହ୍ବାଟ୍ସଆପ ଚାଟରୁ ଡ୍ରାଗ୍ସ ନେଟୱାର୍କ ଚେର ଖୋଜିବ NCB
ବଡ ଖୁଲାସା, ଆର୍ଯ୍ୟନଙ୍କ ହ୍ବାଟ୍ସଆପ ଚାଟରୁ ଡ୍ରାଗ୍ସ ନେଟୱାର୍କ ଚେର ଖୋଜିବ NCB

By

Published : Oct 4, 2021, 8:15 PM IST

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନଙ୍କ ଗିରଫ ପରେ ଧିରେଧିରେ ଖୋଲିବାରେ ଲାଗିଛି ଡ୍ରଗ୍ସ ପାର୍ଟିର ଗୁମର । କେତେ ବାଟ ଲମ୍ବିଛି ଡ୍ରଗ୍ସ ନେଟୱାର୍କର ତାର ? ଏହା ପଛରେ ରହିଛି କେଉଁମାନଙ୍କର ହାତ ? ଡ୍ରଗ୍ସକୁ ନେଇ କାମ କରୁଛି କି କୌଣସି ନେଟୱାର୍କ ? ତମାମ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB) । ଏହାରି ମଧ୍ୟରେ ଏନସିବି ହାତରେ ଲାଗିଛି ଆର୍ୟାନଙ୍କ ହ୍ବାଟ୍ସଆପ ଚାଟ ।

ଆର୍ୟାନଙ୍କୁ ଗିରଫ ପରେ ମୁମ୍ବାଇ କୋର୍ଟରେ ହାଜର କରିଥିଲା ଏନସିବି । ଶୁଣାଣି ସମୟରେ ଏନସିବି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂହ ଆର୍ୟାନ ଖାନଙ୍କ ହ୍ବାଟ୍ସଆପ ଚାଟକୁ ନେଇ କରିଛନ୍ତି ବଡ ଖୁଲାସା । ଆର୍ୟାନ ଖାନଙ୍କ ହ୍ବାଟ୍ସଆପ ଚାଟରେ ଟଙ୍କା କାରବାର ହୋଇଥିବା ଉଲ୍ଲେଖ ରହିଛି । ଚାଟରେ ଏହା ସାମ୍ନାକୁ ଆସିଛି ଯେ ସେ ବ୍ୟାଙ୍କ ଟ୍ରାନଜାକ୍ସନ ପାଇଁ ନଗଦ ଟଙ୍କା ମାଗିଥିଲେ ।

ଏନସିବିର କହିବାନୁଯାୟୀ, ଚାଟରେ ଅନେକ କୋଡ୍ ନାଁ ମିଳିଛି । ରିମାଣ୍ଡ ସମୟରେ ଏହି କୋଡ ନାଁ ଖୋଜିବାକୁ ଚେଷ୍ଟା କରିବ ଏନସିବି । ଲିଙ୍କ ଖୋଜିବା ପାଇଁ ଏନସିବି ପକ୍ଷରୁ ରିମାଣ୍ଡ ମଗାଯାଇଥିଲା | ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ସହ ହ୍ବାଟ୍ସଆପରେ ଆପତ୍ତିଜନକ ଚାଟ ମଧ୍ୟ କରାଯାଇଥିବା ଜଣାପଡିଛି । ଆର୍ୟାନ ଖାନଙ୍କ ଫୋନରେ ଅନେକ ଆପତ୍ତିଜନକ ଫଟୋ ରହିଥିବା ମଧ୍ୟ ଏନସିବି ସୂତ୍ରର ସୂଚନା ମିଳିଛି ।

ଏପଟେ କୋର୍ଟ ଆର୍ୟାନଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତ ମୁନମୁନ ଓ ଅରବାଜର ରିମାଣ୍ଡ ଅବଧି ୭ ଅକ୍ଟୋବର ଯାଏଁ ବଢାଇ ଦେଇଛନ୍ତି ମୁମ୍ବାଇ କୋର୍ଟ । ୭ ଅକ୍ଟୋବର ଯାଏଁ NCB ହେପାଜତରେ ରହିବେ ଆର୍ୟାନ । ତେବେ ଏହି ସମୟରେ ତାଙ୍କ ମୁହଁରୁ ଡ୍ରଗ୍ସ ନେଟୱାର୍କ କେତେ ଯାଏଁ ଲମ୍ବିଛି ଖୋଲତାଡ କରିବ ଏନସିବି ।

ABOUT THE AUTHOR

...view details