ମୁମ୍ବାଇ: ଜାତୀୟ ତଦନ୍ତକାରୀ ସଂସ୍ଥା NIA କୁ ହସ୍ତାନ୍ତର ହୋଇପାରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ମୁମ୍ବାଇ NCB ଅଧିକାରୀଙ୍କ ସହ NIA ର ୩ ଜଣ ଅଧିକାରୀ ୩ ଘଣ୍ଟା ଆଲୋଚନା କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା ସହ ଅନ୍ତର୍ଜାତୀୟ ରାକେଟର ଲିଙ୍କ ଥିବା ନେଇ ସନ୍ଦେହ କରିଛି NCB । ଏହି ହାଇପ୍ରୋଫାଇଲ ମାମଲାରେ ବଡ ରାକେଟ କାମ କରୁଛି ଏବଂ ଏହା ଦେଶପାଇଁ ଆଗକୁ ବଡ ବିପଦ ସୃଷ୍ଟି କରିବାର ସନ୍ଦେହ କରି ଜାତୀୟ ଅନୁସନ୍ଧାନ ସଂସ୍ଥା NIA କୁ NCB ମାମଲା ହସ୍ତାନ୍ତର କରିବାର ସମ୍ଭାବନା ରହିଛି ।