ମୁମ୍ବାଇ:ପର୍ଣ୍ଣୋଗ୍ରାଫିକ ମାମଲାକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିନେତ୍ରୀ ତଥା ମଡେଲ ଗେହେନା ବଶିଷ୍ଟ ଏବଂ ଅନ୍ୟ ୨ ଜଣଙ୍କୁ ସମନ ପଠାଇଛି । ପର୍ଣ୍ଣୋଗ୍ରାଫିକ ନେଇ ଆଜି ଏହି ୩ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆଜି ମଧ୍ୟାହ୍ନ ୧୨ଟା ପୂର୍ବରୁ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ସମନ ଜାରି କରାଯାଇଛି । ୨୦୨୧ ଫେବୃଆରୀରେ ଗେହେନା ଓ ଭାଣ୍ଡାନା ତିଓ୍ବାରୀଙ୍କୁ ପର୍ଣ୍ଣୋଗ୍ରାଫିକ ମାମଲାରେ ଗିରଫ କରାଯାଇଥିଲା । ଏବଂ ୪ ମାସ ପରେ ଉଭୟଙ୍କୁ ଜାମିନ ମିଳିଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଅଶ୍ଲୀଳ ଫିଲ୍ମ ମାମଲାର ଅନୁସନ୍ଧାନ କରି ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଭିୟାନ ଏବଂ ମୁମ୍ବାଇର ଅନ୍ଧେରୀରେ ଜେଏଲ ଷ୍ଟ୍ରିମ ଅଫିସରେ ନିକଟରେ ଏକ ଆଲମାରୀ ପାଇଛି ।