ଓଡିଶା

odisha

By

Published : Jan 26, 2022, 10:20 PM IST

ETV Bharat / bharat

Fake Indian Currency: 7 କୋଟିର ନକଲି ବିଦେଶୀ ମୁଦ୍ରା ଜବତ, 7 ଗିରଫ

ନକଲି ବିଦେଶୀ ମୁଦ୍ରା ଜବତ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ (Mumbai Crime Branch Unit 11) । ତେବେ ଜବତ ହୋଇଥିବା ମୁଦ୍ରାର ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି କ୍ରାଇମବ୍ରାଞ୍ଚ କହିଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ

Fake Indian Currency :7 କୋଟିର ନକଲି ବିଦେଶୀ ମୁଦ୍ରା ଜବତ , 7 ଗିରଫ
Fake Indian Currency :7 କୋଟିର ନକଲି ବିଦେଶୀ ମୁଦ୍ରା ଜବତ , 7 ଗିରଫ

ମୁମ୍ବାଇ :ନକଲି ବିଦେଶୀ ମୁଦ୍ରା ଜବତ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ (Mumbai Crime Branch Unit 11) । ତେବେ ଜବତ ହୋଇଥିବା ମୁଦ୍ରାର ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି କ୍ରାଇମବ୍ରାଞ୍ଚ କହିଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି ।

ଏହାସହ ଲାପଟପ୍, ସାତୋଟି ଫୋନ୍, ନଗଦ ଟଙ୍କା, ଏକ କାର୍ ଏବଂ ଏକ ସିମ୍ କାର୍ଡ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ, ମୁମ୍ବାଇ କାଣ୍ତିଭାଲିରେ ନକଲି ବିଦେଶୀ ମୁଦ୍ରା କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଯୋଜନା ମୁତାବକ ସେହି ସ୍ଥାନରେ ରେଡ ମାରିଥିଲେ କ୍ରାଇମବ୍ରାଞ୍ଚର ଅଧିକାରୀ ।

ଏହାବି ପଢନ୍ତୁ :Encounter: ସାଧାରଣତନ୍ତ୍ର ଦିବସରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଘେରାବନ୍ଦୀରେ ୨ ଆତଙ୍କୀ

ଏହି ରାକେଟରେ ୭ ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା । ତେବେ ୭ ଅଭିଯୁକ୍ତଙ୍କୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ନିଆଯାଇଛି । ତେବେ, ନକଲି ନୋଟ ଗୁଡିକରେ କିଛି ଅସଲି ନୋଟ ମିଶାଇ ମାର୍କେଟରେ କାରବାର କରିବା ନେଇ ଯୋଜନା କରିଥିଲା ଏ ରାକେଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details