ଓଡିଶା

odisha

ETV Bharat / bharat

ଉଡାଣ ଭରିବା ପୂର୍ବରୁ ରନଓ୍ୱେରେ ବିମାନ ଇଞ୍ଜିନରେ ତ୍ରୁଟି, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଗୋଆ ବିମାନ ବନ୍ଦରରେ ଉଡାଣ ଭରିବା ବେଳେ ରନୋଓ୍ବେର ଇଣ୍ଡିଗୋ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି । ସମସ୍ତ 187 ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ନୌସେନା ଉଦ୍ଧରକାରୀ ଟିମ । ଅଧିକ ପଢନ୍ତୁ

By

Published : Aug 23, 2022, 9:53 PM IST

ଉଡାଣ ଭରିବା ପୂର୍ବରୁ ବିମାନ ଇଞ୍ଜିନରେ ତ୍ରୁଟି, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର
ଉଡାଣ ଭରିବା ପୂର୍ବରୁ ବିମାନ ଇଞ୍ଜିନରେ ତ୍ରୁଟି, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ପାନାଜୀ: 187 ଯାତ୍ରୀଙ୍କୁ ନେଇ ଗୋଆ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ (Mumbai bound IndiGo) ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରନଓ୍ବେରେ ଏକ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ରନଓ୍ବେରେ ଉଡାଣ ଭରିବା ପାଇଁ ବିମାନଟି ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ଶେଷ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଭାରତୀୟ ନୌସେନାର ଏକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀ ଓ ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । କେହି ଆହତ ହୋଇନଥିବା ମଧ୍ୟ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି (ମଙ୍ଗଳବାର) ଅପରାହ୍ନରେ ଗୋଆ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ବିମାନଟି ଉଡାଣ ଭରିବା ପାଇଁ ପ୍ରସ୍ତୁତି ସାରି ରନଓ୍ବେକୁ ମଧ୍ୟ ଯାଇ ସାରିଥିଲା । ପରେ ହଠାତ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିଥିଲା । ଗୋଆ ବିମାନ ବନ୍ଦରଟି ଭାରତୀୟ ନୌସେନା ବେସ INS ହଂସର ଏକ ଅଂଶ ହୋଇଥିବା ଯୋଗୁ ଭାରତୀୟ ନୌସେନାର ପ୍ରଶିକ୍ଷିତ ଉଦ୍ଧରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ବିମାନ ବନ୍ଦର ନିର୍ଦ୍ଦେଶକ ଧନଞ୍ଜୟ ରାଓ କହିଛନ୍ତି ।

ଗୋଆରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିବା ଏହି ଇଣ୍ଡିଗୋ ବିମାନ 6E-6097 ରେ ଚାରି ଶିଶୁଙ୍କ ସମେତ ମୋଟ 187 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ଏପରି ଅଘଟଣ ପରେ ବିମାନ ବନ୍ଦରରେ ବିମାନ ସେବା ମଧ୍ୟ ସାମୟିକ ଭାବେ ପ୍ରଭାବିତ ହୋଇଛି । ଅବଶ୍ୟ କିଛି ସମୟ ପରେ ପୁଣି ବିମାନ ବନ୍ଦରରେ ବିମାନ ଅପରେସନ ସ୍ବାଭାବିକ ହୋଇଛି । ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇସାରିଛି ।

ଏହା ମଧ୍ୟ ପଢନ୍ତୁ:-ଇଣ୍ଡିଗୋ ବିମାନରେ ଭୁଲ ସ୍ମୋକ ଓ୍ବାର୍ଣ୍ଣିଂ, କୋଲକାତାରେ କଲା ଜରୁରୀ ଅବତରଣ

ଏହା ପୂର୍ବରୁ ମଧ୍ୟ ଗତ 21 ତାରିଖରେ ଦିଲ୍ଲୀରୁ କୋଲକାତା ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ଧୂଆଁ ଦେଖାଯିବା ପରେ ବିମାନଟି କୋଲକାତାରେ ଜରୁରୀ ଅବତରଣ କରିଥିଲା (IndiGo plane lands safely at Kolkata) । ବିମାନର କାର୍ଗୋ ଏରିଆରେ ଧୂଆଁ ଦେଖାଯିବା ପରେ ସ୍ମୋକ୍‌ ଓ୍ବାର୍ଣ୍ଣିଂ ଜାରି ହୋଇଥିଲା । ବିମାନର ପାଇଲଟ କୋଲକାତା ବିମାନ ବନ୍ଦରରେ ATC ସହ ଯୋଗଯୋଗ କରିବା ସହ ଅଗ୍ରାଧିକାର ଭାବେ ଲ୍ୟାଣ୍ଡିଂ କରାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁମତି ମାଗିଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ୍‌ କରିଥିବା ସୂଚନା ମିଳିଥିଲା । (Emergency landing in Kolkata airport ) । ପରେ କିନ୍ତୁ ଏହାକୁ ନେଇ ଭିନ୍ନ ସୂଚନା ମିଳିଛି । ଜାରି କରାଯାଇଥିବା ଓ୍ବାର୍ଣ୍ଣିଂ ଭୁଲ୍‌ ବୋଲି ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details