ମୁମ୍ବାଇ: ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର(Chhatrapati Shivaji Maharaj International Airport) ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ । ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବୟାନ ଜାରି ହୋଇଛି । ମଙ୍ଗଳବାର ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିମାନ ବନ୍ଦର ବନ୍ଦ ରହିବ । ଏହି ସମୟ ମଧ୍ୟରେ କୌଣସି ବିମାନ ଚଳାଚଳ ହେବ ନାହିଁ । ମୌସୁମୀ ପରର ରକ୍ଷଣାବେକ୍ଷଣ ଓ ମରାମତି ଲାଗି ପାଇଁ ଏୟାରପୋର୍ଟ ୬ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।
ସୂଚନା ମୁତାବକ, ଆଜି ବିମାନ ବନ୍ଦରର 14/32 ଓ 09/27 ନମ୍ବର ରନୱେରେ ମରାମତି କାର୍ଯ୍ୟ କରାଯିବ । ଫଳରେ ଦୁଇଟିଯାକ ରନୱେରେ ବିମାନ ଚଳାଚଳ ବନ୍ଦ ରହିବ । ଏଥିପାଇଁ ଏକାଧିକ ବିମାନର ଉଡାଣ ସମୟ ପରିବର୍ତ୍ତନ କରାଯାଇଛି । ଏନେଇ CSMIA ପକ୍ଷରୁ ପୂର୍ବରୁ ନୋଟିସ୍ ଜାରି ହୋଇଥିଲା ।