ଓଡିଶା

odisha

By

Published : Feb 26, 2022, 4:23 PM IST

ETV Bharat / bharat

Ukraine Crisis: ଉଡାଣ ଭରିଲା ପ୍ରଥମ ବିମାନ, ରାତି ୮ଟାରେ ମୁମ୍ବାଇରେ ପହଞ୍ଚିବ

ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଫସି ରହିଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ ଏକ ସ୍ବତନ୍ତ୍ର ବିମାନରେ ଫେରୁଛନ୍ତି । ତେବେ ରୋମାନିଆ ଦେଇ ପ୍ରଥମ ବିମାନ ଆଜି ମୁମ୍ବାଇରେ ପହଞ୍ଚିବ । ଅଧିକ ପଢନ୍ତୁ

ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ, ରାତି ୮ଟାରେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବ ବିମାନ
ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ, ରାତି ୮ଟାରେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବ ବିମାନ

ମୁମ୍ବାଇ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଫସି ରହିଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ ଏକ ସ୍ବତନ୍ତ୍ର ବିମାନରେ ଫେରୁଛନ୍ତି । ତେବେ ରୋମାନିଆ ଦେଇ ପ୍ରଥମ ବିମାନ ଆଜି ମୁମ୍ବାଇରେ ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ୨ଶହ ୧୯ଜଣ ଭାରତାୟ ଏହି ବିମାନରେ ୟୁକ୍ରେନରୁ ଫେରୁଛନ୍ତି ।

ଏପଟେ ଭାରତୀୟଙ୍କ ଫେରିବା ନେଇ ମୁମ୍ବାଇ ଏୟାରପୋର୍ଟରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର କରିଡର ହୋଇଛି । ତେବେ ୟୁକ୍ରେନରୁ ଫେରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସ୍ବତନ୍ତ୍ର କରିଡର କରାଯାଇଛି । ଏଥିରେ ଏୟାରପୋର୍ଟର କିଛି ନିର୍ଦ୍ଧଷ୍ଟ ସ୍ଥାନକୁ ବନ୍ଦ କରାଯାଇ ସ୍ବତନ୍ତ୍ର କରିଡର ପ୍ରସ୍ତୁତ କରାଯାଇଛି ।

ଅନ୍ୟପଟେ ଆଜି ରାତି ୮ଟା ସମୟରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ଭାରତୀୟ ଛାତ୍ରଛାତ୍ରା ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବେ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁଖପାତ୍ର କହିଛନ୍ତି । ତେବେ ଏହି ବିମାନଟି ରୋମାନିଆ ସୀମା ଦେଇ ମୁମ୍ବାଇରେ ଆସି ପହଞ୍ଚିବ । ସେହିପରି ଆସୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କ ପାଇଁ ସରକାର ଏବଂ ବିମାନବନ୍ଦର ସ୍ବାସ୍ଥ୍ୟ ସଂଗଠନ କୋଭିଡ ନିୟମ ଅନୁଯାୟୀ ତାପମାତ୍ରା ଯାଞ୍ଚ କରାଯିବ ।

ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ, ରାତି ୮ଟାରେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବ ବିମାନ

ସେହିଭଳି କୋଭିଡ୍‌-୧୯ ଟୀକାକରଣ ପ୍ରମାଣପତ୍ର କିମ୍ବା RT-PCR ନେଗେଟିଭ୍‌ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ କହୁଯାଇଛି । ଏଥି ମଧ୍ୟରୁ କିଛି ନଥିଲେ, ତେବେ ବିମାନବନ୍ଦରରେ ଖୋଲାଯାଇଥିବା RT-PCR ଟେଷ୍ଟିଂ କେନ୍ଦ୍ରରେ ପରୀକ୍ଷା କରିବାକୁ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁଖପାତ୍ର କହିଛନ୍ତି । ତେବେ RT-PCR ରିପୋର୍ଟ ନେଗେଟିଭି ଆସିବା ପରେ ସଂପୃକ୍ତ ନାଗରିକ ଅବା ଛାତ୍ରଛାତ୍ରୀଙ୍କୁ ଘରକୁ ଯିବା ପାଇଁ ଛଡାଯିବ ବୋଲି କହିଛନ୍ତି ।

ସେହିପରି ଯେଉଁମାନଙ୍କର ପଜିଟିଭି ରିପୋର୍ଟ ଆସିବ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ ବୋଲି ବିମାନବନ୍ଦର ପକ୍ଷରୁ କୁହାଯାଇଛି । ଏଥିସହ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ, ପାନୀୟ, ମାଗଣା ୱାଇଫାଇ ବିମାନବନ୍ଦର ପକ୍ଷରୁ ପ୍ରଦାନ କରାଯିବ । ଏହାସହିତ ମେଡିକାଲ ସହାୟତା ପ୍ରଦାନ କରାଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details