ଓଡିଶା

odisha

ETV Bharat / bharat

କଲରାପତରିଆ ବାଘ ଆକ୍ରମଣରେ ଦେଢ଼ ବର୍ଷର ଶିଶୁ କନ୍ୟା ମୃତ - କଲରାପତରିଆ ବାଘ ଆକ୍ରମଣ

କଲରାପତରିଆ ବାଘ ଆକ୍ରମଣରେ ଦେଢ଼ ବର୍ଷର ଶିଶୁ କନ୍ୟା ମୃତ । ଏଭଳି ଅଘଟଣ ଘଟିଛି ମୁମ୍ବାଇ ସହରର ଗୋରେଗାଓଁର ଆରେ କଲୋନୀରେ । ଅଧିକ ପଢ଼ନ୍ତୁ

କଲରାପତରିଆ ବାଘ ଆକ୍ରମଣରେ ଦେଢ଼ ବର୍ଷର ଶିଶୁ କନ୍ୟା ମୃତ
କଲରାପତରିଆ ବାଘ ଆକ୍ରମଣରେ ଦେଢ଼ ବର୍ଷର ଶିଶୁ କନ୍ୟା ମୃତ

By

Published : Oct 25, 2022, 10:21 AM IST

ମୁମ୍ବାଇ:କଲରାପତରିଆ ବାଘ ଆକ୍ରମଣରେ ଜଣେ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ । ଏଭଳି ଅଘଟଣ ଘଟିଛି ମୁମ୍ବାଇ ସହରର ଗୋରେଗାଓଁର ଆରେ କଲୋନୀରେ । ଆଜି ସକାଳ ପ୍ରାୟ 6.30 ସମୟରେ ମାଆ ସହ ଶିଶୁଟି ମନ୍ଦିର ଚାରିପଟେ ବୁଲୁଥିଲା । ସେହି ସମୟରେ ଏକ କଲରାପତରିଆ ବାଘ ହଠାତ୍ ଆସି ଶିଶୁ ଉପରକୁ ଆକ୍ରମଣ କରିଥିଲା ।

ବାଘକୁ ଦେଖି ଉପସ୍ଥିତ ଲୋକେ ଭୟରେ ଯାଗା ଛାଡ଼ି ପଳାଇଥିଲେ । ଶିଶୁଟି ବାଘ କବଳରୁ ରକ୍ଷା ପାଇପାରିନଥିଲା ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ପ୍ରକାଶ । ଏହି ଘଟଣାରେ ଶିଶୁର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ପରେ ପରିବାର ଲୋକେ ତୁରନ୍ତ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ । ସୂଚନାନୁସାରେ ଗୋରେଗାଓଁର ଆରେ କଲୋନୀର ୧୫ ନମ୍ବର ୟୁନିଟରେ ଆଜି ସକାଳ ୬.୩୦ ମିନିଟରେ ଜଣେ ଦେଢ଼ ବର୍ଷର ଶିଶୁ କନ୍ୟା ତା ମାଆଙ୍କ ସହ ଦୀପାବଳିରେ ଦୀପ ଜାଳିବା ପାଇଁ ଘର ପାଖରେ ଥିବା ମନ୍ଦିରକୁ ଯାଇଥିଲା । ସେଠାରୁ ମାଆଙ୍କ ସହ ଶିଶୁ କନ୍ୟାଟି ଦୀପ ଜାଳି ଘରକୁ ଫେରୁଥିଲା ।

ହେଲେ ହଠାତ୍ ବାଘଟି ମନ୍ଦିର ଭିତରକୁ ଆସି ଶିଶୁକୁ ଆକ୍ରମଣ କରିଥିଲା । ଚିତା ବାଘକୁ ଦେଖି ସ୍ଥାନୀୟ ଲୋକେ ମଧ୍ୟ ଭୟରେ ପାଟି କରିଥିଲେ । ଲୋକଙ୍କ ପାଟି ଶୁଣି ଚିତା ବାଘଟି ଶିଶୁକୁ ସେଠାରେ ଫିଙ୍ଗି ଦେଇ ପଳାଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର କରିଥିଲେ ପରିବାର ଲୋକେ ।

ଏ ସମ୍ପର୍କରେ ପୋଲିସ କହିଛି ଘଟଣାର ତଦନ୍ତ ଚାଲିଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଛି । ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବନ୍ୟଜନ୍ତୁକୁ ରୋକିବା ପାଇଁ ବନବିଭାଗ ଏକ ଯୋଜନା ଆରମ୍ଭ କରିଛି । ବନ ବିଭାଗ ପକ୍ଷରୁ ଏକ ଆମ୍ବୁଲାନ୍ସ, ବନ୍ୟଜନ୍ତୁ ସଙ୍କଟ ମୁକାବିଲା ଦଳ, ପଶୁ ଡାକ୍ତର, ଚିତା ବାଘ ବିଶେଷଜ୍ଞ ଓ ବନବିଭାଗ କର୍ମଚାରୀ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଏଠାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବେ ।

ଏହାସହ ରାତ୍ରି ପାଟ୍ରୋଲିଂ ଏବଂ ବନ୍ୟଜନ୍ତୁକୁ କାବୁ କରିବା ପାଇଁ କ୍ୟାମେରାର ବ୍ୟବସ୍ଥା କରାଯିବ । ଏପରିକି ପାଖରେ ଥିବା ସଞ୍ଜୟ ଗାନ୍ଧୀ ନ୍ୟାସନାଲ ପାର୍କ ଉପରେ ମଧ୍ୟ ନଜର ରଖାଯିବ । ତେବେ ଏହି ଘଟଣା ପରେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମାଆ ମଧ୍ୟ ଝିଅକୁ ହରାଇ ଚେତାଇ ହରାଇ ବସିଛି । ସକାଳୁ ଖୁସି ମନରେ ମାଆ, ଝିଅ ମନ୍ଦିର ଯାଇଥିବାବେଳେ ଏତେ ବଡ଼ ଦୁର୍ଘଟଣା ଯେ ଘଟିବ ତାହା କେହି କେବେ ବି ଭାବିନଥିଲେ ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ABOUT THE AUTHOR

...view details