ଓଡିଶା

odisha

ETV Bharat / bharat

ଆଜି ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ, ସାମିଲ ହେବେ ଯୋଗୀ

ଆଜି ଇଟୱା ଜିଲ୍ଲା ଅନ୍ତର୍ଗତ ପୈତୃକ ଗାଁରେ ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହେବେ । ଅଧିକ ପଢନ୍ତୁ

By

Published : Oct 11, 2022, 10:43 AM IST

ଆଜି ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ, ସାମିଲ ହେବେ ଯୋଗୀ
ଆଜି ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ, ସାମିଲ ହେବେ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ(Mulayam Singh Yadav's last rites) । ରାଜ୍ୟର ଇଟୱା ଜିଲ୍ଲା ଅନ୍ତର୍ଗତ ତାଙ୍କର ପୈତୃକ ଗାଁ ସୈଫଇ ଠାରେ ଅନ୍ତିମ ସଂସ୍କାର କରାଯିବ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ନେବେ ଭେଟେରାନ ରାଜନେତା । ତାଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଲୋକସଭା ବାଚସ୍ପତି ଓମ ବିର୍ଲା, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମେତ ଅନେକ ହେଭିୱେଟ ନେତା ସୈଫଇ ଗସ୍ତ କରିବାକୁ ଥିବା ସୂଚନା ମିଳିଛି ।

ସେହିପରି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଏଥିରେ ସାମିଲ ହେବା ପାଇଁ ସଫୈଇ ଗସ୍ତ କରିବେ । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୩ଟା ସମୟରେ ସୈଫଇ ଗାଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିପାଇଁ ସେଠାରେ ଏକ ବିଶାଳ ପେଣ୍ଡାଲ ତିଆରି ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବରିଷ୍ଠ ନେତୃବୃନ୍ଦ ଓ ଅଧିକାରୀଙ୍କ ସମେତ ବହୁସଂଖ୍ୟକ ଲୋକ ପୈତୃକ ଗାଁ ସୈଫଇ ଆସିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବର୍ତ୍ତମାନ ମୁଲାୟମ ସିଂହ ଯାଦବଙ୍କ ପାର୍ଥିବ ଶରୀରରେ ସଫୈଇ ସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ ଜମୁଛି ।

ଏହାମଧ୍ୟ ପଢନ୍ତୁ:ଯେବେ ଭାରତର ପ୍ରଧାନମନ୍ତ୍ରୀ ହେବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମୁଲାୟମ

ଉଲ୍ଲେଖଯୋଗ୍ୟ, ୟୁପି ରାଜନୀତିକୁ 3 ଦଶନ୍ଧୀ ଧରି ପ୍ରଭାବିତ କରିଥିବା ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ସୋମବାର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ସେ ସୋମବାର ସକାଳ ସମୟ 8ଟା 16ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଅଗଷ୍ଟ 22 ତାରିଖରୁ ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏକ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ଲାଗିଥିଲେ ।

ABOUT THE AUTHOR

...view details