ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ସୋମବାର ତାଙ୍କୁ ICUରୁ ବାହାର କରାଯାଇ CCU(critical care unit)ରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖବାକୁ ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ରହିଛନ୍ତି ।
ଗତ ରବିବାର ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାପରେ ତାଙ୍କୁ ମେଦାନ୍ତ ହସ୍ପିଟାଲ୍ର ICUରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ଅସୁସ୍ଥତା କାରଣରୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ସେପଟେ ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ହେବା ଖବର ଶୁଣିବା ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଦିଲ୍ଲୀ ଗସ୍ତ କରିଥିଲେ ।
ଏହା ବି ପଢ଼ନ୍ତୁICUରେ ଭର୍ତ୍ତିହେଲେ ମୁଲାୟମ ସିଂହ ଯାଦବ, ସ୍ବାସ୍ଥ୍ୟବସ୍ଥା ଗୁରୁତର
ସେପଟେ ମେଦାନ୍ତ ହସ୍ପିଟାଲ୍ରେ ମୂଲାୟମଙ୍କ ସାନପୁଅ ଶିବପାଳ ଯାଦବ ତାଙ୍କ ବୋହୂ ଅପର୍ଣ୍ଣା ଯାବଦ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଉପସ୍ଥିତ ରହିଛନ୍ତି । ମୁଲାୟମ ସିଂହ ଯାଦବଙ୍କ ଅକ୍ସିଜେନ୍ ଲେଭଲ କମିଥିବାବେଳେ ତାଙ୍କ ରକ୍ତଚାପ ମଧ୍ୟ କମି ଯାଇଥିଲା । ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା ।
ସୋମବାର ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା । ତେବେ ତାଙ୍କୁ ଦେଖା କରିବାକୁ କେହି ହସ୍ପିଟାଲ୍ରେ ଭିଡ଼ ନଜମାଇବାକୁ ଅନୁରୋଧ କରିଥିଲେ ଅଖିଳେଶ । ମୁଲାୟମ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସେ ନିଜ ଟ୍ବିଟର ହ୍ୟାଣ୍ଡେଲ୍ରେ ସୂଚନା ପ୍ରଦାନ କରିବେ ବୋଲି କହିଥିଲେ ।
ସେପଟେ ମୁଲାୟମ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅଖିଳେଶ ଯାଦବଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେବାକୁ ମୋଦି ଅଖିଳେଶଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।