ଲକ୍ଷ୍ନୌ: ବିଏସପି ନେତା ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ କୋର୍ଟରେ ହାଜର ହେବେ । ଉତ୍ତରପ୍ରଦେଶ ଲକ୍ଷ୍ନୌ କୋର୍ଟରୁ ଭର୍ଚୁଆଲରେ ମାଧ୍ୟମରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ପଞ୍ଜାବର ମୋହାଲି କୋର୍ଟରେ ହାଜର ହେବେ । ମୋହାଲି କୋର୍ଟରେ ତାଙ୍କ ନାମରେ ଦୁଇଟି ମାମଲା ରହିଛି ।
ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ ବର୍ତ୍ତମାନ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ରହିଛି । ସେ ମୋହାଲି କୋର୍ଟରେ 21 ବର୍ଷ ତଳର ଏକ ମାମଲାରେ ଜେଲ କର୍ମଚାରୀଙ୍କ ବିରୋଧରେ ରହିଛି । ବହୁଜନ ସମାଜବାଦ ପାର୍ଟୀର ବିଧାୟକ ଥିବା ମୁଖତାର ଅନସାରୀ ସେ ଗତ ଦୁଇ ବର୍ଷ ହେଲା ପଞ୍ଜାବ ଜେଲରେ ଥିଲେ । ଗତ 7 ତାରିଖ ଦିନ ୟୁପି ପୋଲିସ ପଞ୍ଜାବରୁ ଉତ୍ତରପ୍ରଦେଶ ନେଇଛି । ପୋଲିସ ସୂଚନା ଅନୁଯାୟୀ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ବିରୋଧରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ମୋଟ 52 ଟି ମାମଲା ରହିଛି ।