ଓଡିଶା

odisha

ETV Bharat / bharat

ବାହୁବଳୀ ବିଧାୟକ ମୁଖତାର ଅନସାରୀଙ୍କୁ ମିଳିଲା ଜାମିନ - ଉତ୍ତର ପ୍ରଦେଶ ରାଜନୀତି

ଉତ୍ତରପ୍ରଦେଶର ବାହୁବଳୀ ବିଧାୟକ ମୁଖତାର ଅନସାରୀଙ୍କୁ ମିଳିଲା ଜାମିନ । ତୁରନ୍ତ ଜେଲରୁ ବାହାର କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ବାହୁବଳୀ ବିଧାୟକ ମୁଖତାର ଅନସାରୀଙ୍କୁ ମିଳିଲା ଜାମିନ
ବାହୁବଳୀ ବିଧାୟକ ମୁଖତାର ଅନସାରୀଙ୍କୁ ମିଳିଲା ଜାମିନ

By

Published : Feb 16, 2022, 6:17 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶ ନିର୍ବାଚନ ଜାରି ରହିଥିବାବେଳେ ବାହୁବଳୀ ବିଧାୟକ ମୁଖତାର ଅନସାରୀଙ୍କୁ ମିଳିଲା ଜାମିନ । ଆଜି (ବୁଧବାର) ଏକ ଲକ୍ଷ ଟଙ୍କା ମୁଚାଲିକାରେ ଉତ୍ତରପ୍ରଦେଶ ମଉ ଜିଲ୍ଲାର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହ ତାଙ୍କୁ ତରନ୍ତ ଜେଲରୁ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

2011 ମସିହାରେ ଡାକସିନ୍ ଟୋଲା ପୋଲିସ ଷ୍ଟେସନ ଅଧୀନ ଆରଟିଓ କାର୍ଯ୍ୟାଳୟରେ ଘଟିଥିବା ଏକ ହତ୍ୟାକାଣ୍ଡ ପାଇଁ ତାଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା । ଉକ୍ତ ମାମଲାରେ ତାଙ୍କୁ ଆଜି ଅନସାରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ଏକାଧିକ ଅପରାଧରେ ଅଭିଯୁକ୍ତ ଥିବା ଅନସାରୀ ଦୀର୍ଘବର୍ଷ ହେବ ପଞ୍ଜାବର ଏକ ଜେଲରେ ଥିଲେ । ପରେ ତାଙ୍କୁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷକୁ ରାଜ୍ୟକୁ ଅଣାଯାଇଥିଲା । ତେବେ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details