ଓଡିଶା

odisha

ETV Bharat / bharat

ବାହୁବଳୀ ବିଧାୟକଙ୍କ ନୂଆ ଠିକଣା ବାନ୍ଦା ଜେଲ - ମୁଖତାର ଅଂସାରୀ

ବହୁ ସମସ୍ୟା ପରେ ବସପାର ବାହୁବଳୀ ବିଧାୟକଙ୍କୁ ପଞ୍ଜାର ରୋପଡରୁ ୟୁପିର ବାନ୍ଦା ଜେଲକୁ ଅଣାଯାଇଛି। ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାର କୌଣସି ବି ବିଷୟରେ ଆସିପାରେ ରାୟ । ଅଧିକ ପଢନ୍ତୁ...

ବାହୁବଳୀ ବିଧାୟକଙ୍କ ନୂଆ ଠିକଣା ବାନ୍ଦା ଜେଲ
ବାହୁବଳୀ ବିଧାୟକଙ୍କ ନୂଆ ଠିକଣା ବାନ୍ଦା ଜେଲ

By

Published : Apr 7, 2021, 9:38 AM IST

ଲକ୍ଷ୍ନୌ: ବାନ୍ଦା ଜେଲରେ ପହଞ୍ଚିଲେ ବାହୁବଳୀ ବିଧାୟକ ମୁଖତାର ଅଂସାରୀ। ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ପୋଲିସ ବିଧାୟକଙ୍କୁ ନେଇ ବାନ୍ଦା ପହଞ୍ଚିଛି । ବସପା ବିଧାୟକଙ୍କୁ ଜେଲ ଆଣିବା ପୂର୍ବରୁ ଲକ୍ଷ୍ନୌରେ ମଙ୍ଗଳବାର ରାତିରେ ସିଏମ ଯୋଗୀଙ୍କ ବାସଭବନରେ ଏକ ବୈଠକ ବସିଥିଲା। ଏହି ବୈଠକରେ ମୁଖ୍ୟ ସଚିବ ଅବନିଶ ଅବସ୍ଥି, ଡିଜିପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ବାହୁବଳୀ ବିଧାୟକଙ୍କ ନୂଆ ଠିକଣା ବାନ୍ଦା ଜେଲ

ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ବାନ୍ଦା ଜେଲରେ ମୁଖତାର ଅଂସାରୀଙ୍କୁ କୌଣସି ଅତିରିକ୍ତ ସୁବିଧା ଯେପରି ନ ଯୋଗାଇନଦିଆଯାଇ ସାମାନ୍ୟ ବନ୍ଦି ଭଳି ରଖାଯାଉ । ଏନେଇ ରାଜ୍ୟର ଅନେକ ଜିଲ୍ଲାକୁ ଆଲର୍ଟ କରିଦିଆଯାଇଛି।

ସୂଚନା ମୁତାବକ, ବସପା ବିଧାୟକ ମୁଖତାର ଅଂସାରୀ 2019ରେ ପଞ୍ଜାବର ରୋପଡ ଜେଲରେ ବନ୍ଦୀ ଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ତାଙ୍କୁ ବାନ୍ଦା ଜେଲକୁ ଅଣାଯାଇଛି।

ମୁଖତାର ଅଂସାରୀ ବିରୋଧରେ ଆହ୍ଲାବାଦର ସ୍ବତନ୍ତ୍ର କୋର୍ଟରେ 10 ମାମଲା ରହିଛି । ଏଥିମଧ୍ୟରୁ ଡବଲ ମର୍ଡରର ଏକ ମାମଲା ନିର୍ଣ୍ଣାୟକ ପର୍ଯ୍ୟାୟରେ ରହିଛି । ଏଥିରେ ଟ୍ରାଏଲ ପାଖାପାଖି ଶେଷ ହୋଇସାରିଥିବା ବେଳେ କୌଣସି ବି ମୁହୂର୍ତ୍ତରେ ରାୟ ଆସିପାରେ ।

ABOUT THE AUTHOR

...view details