ହାଇଦ୍ରାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ଆଜି ହାଇଦ୍ରାବାଦର ଷ୍ଟାଚ୍ୟୁ ଅଫ ଇକ୍ବାଟିଲି ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ସେଠାର ପୂଜା କରିବା ସହ ସମଗ୍ର କେନ୍ଦ୍ର ବୁଲି ଦେଖିଥିଲେ । ପରେ ରାମାନୁଜ ଆଚାର୍ଯ୍ୟଙ୍କ ଏକସୁବର୍ଣ୍ଣ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ପ୍ରତିମୂର୍ତ୍ତି ୫୪ ଇଞ୍ଚର ହୋଇଥିବା ବେଳେ ଏଥିରେ ୧୨୦ କିଗ୍ରା ସୁନା ବ୍ୟବହାର କରାଯାଇଛି । ଏହି ଭବ୍ୟ ଧାତବ ମୂର୍ତ୍ତିକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି ।
ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ରାଷ୍ଟ୍ରପତି ଦମ୍ପତି ପୂଜା କରିବା ସହ ଚୀନ୍ନା ଜିଆର ସ୍ବାମୀଙ୍କ ନିକଟରୁ ଆର୍ଶୀବାଦ ମଧ୍ୟ ନେଇଥିଲେ । ପରେ ଚୀନ୍ନା ଜିଆର ସ୍ବାମୀ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ସମ୍ପୂର୍ଣ୍ଣ କେନ୍ଦ୍ର ବୁଲାଇ ଦେଖାଇବା ସହ ପ୍ରତ୍ୟେକ ସ୍ଥାନର ଥିବା ଭବ୍ୟତା ତଥା ସ୍ବତନ୍ତ୍ରତା ସମ୍ପର୍କରେ ସୂଚନା ମଧ୍ୟ ଦେଇଥିଲେ । ରାମାନୁଜ ଆଚାର୍ଯ୍ୟଙ୍କ ମୁଖ୍ୟ ମୂର୍ତ୍ତି (ଷ୍ଟାଚ୍ଯୁ ଅଫ ଇକ୍ବାଲିଟି) ପରିଦର୍ଶନ କରିବା ପୂର୍ବରୁ ୧୦୮ ବୈଷ୍ଣବ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି ଦମ୍ପତି । ରାମାନୁଜମ ମିଲେନିୟମ ଉତ୍ସବ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ମାନ କରାଯାଉଛି ।
ଏହି ଅବସରରେ ଏକ ସଭାକୁ ମଧ୍ୟ ରାଷ୍ଟ୍ରପତି ସମ୍ବୋଧିତ ମଧ୍ୟ କରିଥିଲେ । ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ମଚିନତାଲ ଦେଶର ଏକ ପ୍ରମୁଖ ଆଧ୍ୟାତ୍ମିକସ୍ଥଳୀ ହେବ ବୋଲି ଆଶା ପ୍ରକଟ କରିଥିଲେ । ଶ୍ରୀରାମ ନଗରମ ଦେଶରେ ଏକ ପ୍ରମୁଖ ସ୍ଥାନ ହେବା ସହ ବିଶ୍ବକୁ ସମାନତାର ବାର୍ତ୍ତା ବାଣ୍ଟିବ ବୋଲି କହିଥିଲେ ରାଷ୍ଟ୍ରପତି ।