ଶ୍ରୀନଗର:ବିଜେପିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବି ଆଜାଦଙ୍କ ପୁତୁରା ମୁବାସିର ଆଜାଦ । କଂଗ୍ରେସରେ ଗିଲାମଙ୍କୁ ଉଚିତ ଗୁରୁତ୍ବ ପ୍ରଦାନ କରାଯାଉ ନଥିବା ଅଭିଯୋଗ କରି ସେ ବିଜେପିରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦେଉଇଛନ୍ତି । ଆଜି ସେ ଜମ୍ମୁର ତ୍ରିକୁଟ ନଗରରେ ଥିବା ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ନିଜର କିଛି ସହଯୋଗାଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ।
ମୁବାସିର ହେଉଛନ୍ତି ଗୁଲାମଙ୍କ ସାନ ଭାଇ ଲିୟାକତ ଅଲ୍ଲୀଙ୍କ ପୁଅ । ତେବେ ଗୁଲାମଙ୍କୁ ଦଳରେ ଅଣଦେଖା କରାଯାଉଥିବାରୁ ତାହା ତାଙ୍କୁ ଆଘାତ କରିଛି । ଏପରି ସ୍ଥିତିରେ ସେ ବିଜେପିରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାଶ୍ମୀରର ତୃଣମୂଳ ସ୍ତରରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପଦକ୍ଷେପ ହାତକୁ ନେଇଛନ୍ତି, ଯାହା ତାଙ୍କୁ ବେଶ ପ୍ରଭାବିତ କରିଛି । ତେଣୁ ସେ ଉକ୍ତ କାର୍ଯ୍ୟରେ ସାମିଲ ହେବା ପାଇଁ ବିଜେପିରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ସେ ଗୁଲାମଙ୍କ ସହ ମଧ୍ୟ ଆଲୋଚନା କରିଥିବା ସେ ସୂଚନା ଦେଇଛନ୍ତି ।