ଓଡିଶା

odisha

ETV Bharat / bharat

ଚାଷୀଙ୍କ ଦାବିକୁ ସରକାରଙ୍କ ପ୍ରତ୍ୟାଖ୍ୟାନ, MSPରେ ହେବନି କୌଣସି ପରିବର୍ତ୍ତନ - ଚାଷୀ ଦାବି

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଚାଷୀଙ୍କ ଗ୍ୟାରେଣ୍ଟି ଦାବିକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି ସରକାର । ବିଜ୍ଞାନ ଭବନରେ ଦୀର୍ଘ 6 ଘଣ୍ଟାର ବୈଠକ ପରେ ଏମଏସପିକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଅଧିକ ପଢନ୍ତୁ...

ଚାଷୀଙ୍କ ଦାବିକୁ ସରକାରଙ୍କ ପ୍ରତ୍ୟାକ୍ଷାନ, ଏମଏସପିରେ ହେବନି କୌଣସି ପରିବର୍ତ୍ତନ
ଚାଷୀଙ୍କ ଦାବିକୁ ସରକାରଙ୍କ ପ୍ରତ୍ୟାକ୍ଷାନ, ଏମଏସପିରେ ହେବନି କୌଣସି ପରିବର୍ତ୍ତନ

By

Published : Dec 3, 2020, 8:06 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ମଧ୍ୟ ବାହାରି ପାରିନାହିଁ କୌଣସି ନିଷ୍କର୍ସ । ଦିନକୁ ଦିନ ଆନ୍ଦୋଳନ ଉଗ୍ର ରୂପ ନେଉଥିବା ବେଳେ ନିଜ ନିଜ ନିଷ୍ପତ୍ତିରେ ଅଟଳ ଉଭୟ ଚାଷୀ ଓ ସରକାର । ଏଭଳି ସ୍ଥିତିରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଚାଷୀଙ୍କ ଗ୍ୟାରେଣ୍ଟି ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ସରକାର ।

ବିଜ୍ଞାନ ଭବନରେ ଦୀର୍ଘ 6 ଘଣ୍ଟାର ବୈଠକ ପରେ ଏମଏସପିକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଏଏସପିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଚାଷୀଙ୍କୁ ସଫାସଫା ଜଣାଇଦେଇଛନ୍ତି କୃଷିମନ୍ତ୍ରୀ ।

ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ବିରୋଧ ମଧ୍ୟରେ କୃଷି ସଂଗଠନ ଗୁରୁବାର ତିନି ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳ, ବାଣିଜ୍ୟ ଏବଂ ଖାଉଟି ମନ୍ତ୍ରୀ ପୀୟୁଷ ଗୋୟଲ ଓ ପଞ୍ଜାବର ସାଂସଦ ତଥା ବାଣିଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ଦିଲ୍ଲୀର ବିଜ୍ଞାନ ଭବନରେ 35ଟି କୃଷି ସଂଗଠନର ପ୍ରତିନିଧୀଙ୍କ ସହ ଆଲୋଚନା କରିଛନ୍ତି ।

ମିଳିତ କୃଷି ସଂଗଠନ ପକ୍ଷରୁ ମୋଟ 10 ପୃଷ୍ଠା ସମ୍ବିଳତ ଦାବି ପତ୍ର ସରକରାଙ୍କୁ ହସ୍ତାନ୍ତର କରାଯାଇଥିଲା । କେନ୍ଦ୍ର କୃଷି ଲଚିବଙ୍କୁ ଏହି ଦାବି ପତ୍ର ଦେଇଛନ୍ତି ଚାଷୀ, ଯେଉଁଥିରେ 5ଟି ବିନ୍ଦୁ ରହିଛି । APMC ଅଧିନିୟମରେ 17ଟି ବିନ୍ଦୁରେ ଅସହମତି । ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମର 8ଟି ବିନ୍ଦୁରେ ଅସହମତି । ଏହାସହ କଣ୍ଟ୍ରାକ୍ଟ ଫାର୍ମିଂର 12ଟି ବିନ୍ଦୁରେ ଅସହମତି ପ୍ରକଟ କରିଥିଲେ ଚାଷୀନେତା ।

ସରକାରଙ୍କ ପକ୍ଷକୁ ଚାଷୀଙ୍କ ସମସ୍ୟା ଉପରେ ଦସ୍ତାବିଜ ଦିଆଯାଉଛି । ହେଲେ ଚାଷୀନେତାମାନେ ମଧ୍ୟ ନିଜ ଦାବିରେ ଅଟଳ ରହିଛନ୍ତି । ଚାଷୀମାନଙ୍କ ପକ୍ଷରୁ ବାରମ୍ବାର ଏଏସପି ଉପରେ ଗ୍ୟାରେଣ୍ଟିର ଦାବି କରିଥିଲେ ।

ABOUT THE AUTHOR

...view details