ଓଡିଶା

odisha

ETV Bharat / bharat

ଅଜବ ପରମ୍ପରା: ଗ୍ରାମରେ ଜନ୍ମ ହୋଇପାରିବେନି ଶିଶୁ !

ମଧ୍ୟପ୍ରଦେଶର ରାଜଘର ଜିଲ୍ଲା ସଙ୍କାଶ୍ୟାମ ଗ୍ରାମ । ଆଜି ପର୍ଯ୍ୟନ୍ତ ଜଣେ ହେଲେ ଶିଶୁ ଏଠାରେ ଜନ୍ମ ହୋଇନାହାନ୍ତି । ଗ୍ରାମରେ ଜନ୍ମିତ ଶିଶୁର କାନ୍ଦ ଶୁଭିନାହିଁ । ଗର୍ଭବତୀ ପ୍ରସବ କରିବା ପାଇଁ ଗ୍ରାମ ବାହାରକୁ ଯାଆନ୍ତି । କଣ ରହିଛି ଏହାର ରହସ୍ୟ ? ଅଧିକ ପଢ଼ନ୍ତୁ

By

Published : Nov 13, 2022, 1:57 PM IST

mp women unable give birth child in saka shyam village rajgarh women curse birth baby
ଅଜବ ପରମ୍ପରା: ଗ୍ରାମରେ ଜନ୍ମ ହୋଇପାରିବେନି ଶିଶୁ!

ଭୋପାଳ: ଏମିକି ଏକ ଗାଁ, ଯେଉଁଠି ଶିଶୁ ଜନ୍ମ ନିଷେଧ । 100 ବର୍ଷର ବୃଦ୍ଧଠାରୁ ଅଢେଇ ବର୍ଷର ଶିଶୁ କେହିଁ ଏହି ଗ୍ରାମରେ ଜନ୍ମ ହୋଇନାହାନ୍ତି । ମହିଳାମାନେ ଗର୍ଭ ଧାରଣ କରିବା କ୍ଷଣି ଗାଁ ଛାଡି ଯିବାର ପରମ୍ପରା ରହିଛି । ଏନେଇ କୌଣସି ସରକାରୀ ଆଦେଶ ନାହିଁ । କିନ୍ତୁ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ସମାଜ ଉପରେ ଏଭଳି ପ୍ରତିବନ୍ଧକ ଲଗାଇ ପରମ୍ପରାର ନାମ ଦିଆଯାଇଛି । ଆଜିର ଆଧୁନିକ ଯୁଗରେ ମଧ୍ୟ ଅନ୍ଧ ବିଶ୍ବାସ ଲୋକଙ୍କ ମନରେ ଘର କରି ରହିଛି । ଅନ୍ଧ ବିଶ୍ବାସର ଶିକାର ପରେ ଏପରି କିଛି ଆଶ୍ଚର୍ଯ୍ୟକର ଘଟଣା ମଧ୍ୟପ୍ରଦେଶ ରାଜଘର ଜିଲ୍ଲା ସଙ୍କାଶ୍ୟାମରୁ ଆସିଛି, ଆପଣ ଜାଣିଲେ ତାଜୁବ ହୋଇଯିବେ ।

ଗାଁରେ ରହୁଥିବା ସମସ୍ତ ଲୋକଙ୍କ ଜନ୍ମସ୍ଥାନ ଅଲଗା

ମଧ୍ୟପ୍ରଦେଶର ରାଜଘର ଜିଲ୍ଲା ସଙ୍କାଶ୍ୟାମ ଗ୍ରାମ । ଏଠାରେ 700 ଲୋକ ବସବାସ କରନ୍ତି । ମାତ୍ର ଆଶ୍ଚର୍ଯ୍ୟକର ଘଟଣା, କେହିଁ ଏଠାରେ ଜନ୍ମ ହୋଇନାହାନ୍ତି । ମହିଳାମାନେ ଗର୍ଭବତୀ ହେବାମାତ୍ରେ ମନରେ ଗାଁ ଛାଡି ଯିବାର ଭୟ ସୃଷ୍ଟି ହୋଇଥାଏ । ଜଣେ ଗ୍ରାମବାସୀ କୁହନ୍ତି, "ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଶଗଡ଼ ଯୋଗେ ଗାଁ ବାହାରକୁ ନିଆ ଯାଇଥିଲା । ଯନ୍ତ୍ରଣା କମିବାରୁ ଗ୍ରାମକୁ ଫେରିବା ବାଟରେ ହିଁ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଏପରିକି ଗ୍ରାମର ମହିଳାମାନେ ଶୀତ ଓ ବର୍ଷା ଦିନେ ଛତାତଳେ ଖୋଲା ପଡ଼ିଆରେ ପ୍ରସବ କରନ୍ତି ।" ସେହିପରି ଆଉ ଜଣେ ମହିଳା କହିଛନ୍ତି, "ଦଶ ବର୍ଷ ପୂର୍ବେ ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । ଗର୍ଭବତୀ ମହିଳା ଜଣକ ପ୍ରସବ ନେଇ ବିଳମ୍ବରେ ଜଣାଇଥିବାରୁ ଶିଶୁଟିର ମୃତ୍ୟୁ ଘଟିଥିଲା ।

ସାତ ସପନ ସରକାରୀ ଯୋଜନା

ସ୍ବାଧିନତାର 75 ବର୍ଷ ପରେ ମଧ୍ୟ ସଙ୍କାଶ୍ୟାମ ଗ୍ରାମଟି ଅଣଦେଖା ହୋଇ ରହିଯାଇଛି । ଗ୍ରାମରେ କୌଣସି ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ଏଠାରେ ଡାକ୍ତରଖାନା ସୁବିଧା ମଧ୍ୟ ନାହିଁ । ପ୍ରଶାସନ ପକ୍ଷରୁ ଅନ୍ଧ ବିଶ୍ବାସ ହଟାଇବା ନେଇ ନା କୌଣସି ପହକ୍ଷେପ ନିଆଯାଇଛି ନା ଗ୍ରାମବାସୀଙ୍କୁ ସଚେତନ କରାଯାଇଛି । ସରାକାରୀ ସୁବିଧାରୁ ବଞ୍ଚିତ ହୋଇ ବିଭିନ୍ନ ସମସ୍ୟା ସହ ଜୁଝି ହେଉଛନ୍ତି ଗ୍ରାମବାସୀ । ମହିଳାମାନେ ଜନନୀ ସୁରକ୍ଷା ଭଳି ଯୋଜନା ପାଇପାରିନାହାନ୍ତି । ଅଧିକାଂଶ ଗର୍ଭବତୀଙ୍କୁ ଗ୍ରାମ ବାହାରେ ଏକ କଠୋରୀରେ କିମ୍ବା ଖୋଲା ପଡ଼ିଆରେ ପ୍ରସବ କରାଯାଏ । ଜଣେ ମହିଳା କହିଛନ୍ତି, "ଗ୍ରାମ ବାହାରେ ଥିବା କୋଠରୀରେ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସୁବିଧା କରାଯାଇନାହିଁ।"

କାହିଁକି ଗ୍ରାମରେ ଶିଶୁ ଜନ୍ମ ହୁଅନ୍ତି ନାହିଁ?

ଲୋକ ବିଶ୍ବାସ ରହିଛି ଯେ, ଗ୍ରାମରେ ଥିବା ସଙ୍କାଶ୍ୟାମଙ୍କ ମନ୍ଦିର ଗୋଟିଏ ରାତିରେ ତିଆରି ହୋଇଛି । ନିର୍ମାଣ ସମୟରେ ଏକ ଶିଶୁ କନ୍ୟାର କାନ୍ଦିବା ଶବ୍ଦ ଶୁଭିଥିଲା । ଏହି ଶବ୍ଦ ଶୁଣି ମନ୍ଦିର କାମ ଅସମ୍ପୂର୍ଣ୍ଣ ରହିଲା । କୁହାଯାଏ ସେବେଠାରୁ ଗ୍ରାମରେ ଶିଶୁ ଜନ୍ମ ଉପରେ କଟକଣା ଲଗାଯାଇଛି । ଏହାପରେ ଯେଉଁମାନେ ଗ୍ରାମରେ ପ୍ରସବ କରୁଥିଲେ, ସେହି ଶିଶୁ ଭିନ୍ନକ୍ଷମ ନଚେତ ମୃତ୍ୟୁ ହେଉଥିଲା । ଏହି ଘଟଣା ଗ୍ରାମବାସୀଙ୍କ ମନରେ ବିଶ୍ବାସ ଜନ୍ମିଥିଲା । ସେବେଠାରୁ ଗ୍ରାମରେ କୌଣସି ଗର୍ଭବତୀ ପ୍ରସବ କରନ୍ତି ନାହିଁ ।

ସମୟ ବଦଳିବା ସହ ସଙ୍କାଶ୍ୟାମ ଗ୍ରାମର ଆଖପାଖ ଅଞ୍ଚଳରେ ବିକାଶ ଆଲୋକ ଜଳିଛି । ବିଶ୍ବାସ ଓ ପରମ୍ପରା ବଦଳିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସଙ୍କାଶ୍ୟାମକୁ ବିକାଶର ରାସ୍ତା ମାଡ଼ିନାହିଁ । ପୁରାତନ ଅନ୍ଧବିଶ୍ବାସକୁ ପରମ୍ପରାରେ ବଦଳାଇ ଆଜି ବି ଜାବୁଡି ଧରିଛନ୍ତି । ସେମାନେ କୁହନ୍ତି, "ଭଗବାନ ପିଲାଙ୍କ ସ୍ବର ଶୁଣିବାକୁ ଚାହାନ୍ତି ନାହିଁ ।"

ABOUT THE AUTHOR

...view details