ଭୋପାଳ:ମଧ୍ୟପ୍ରଦେଶ ବିଦିଶାରେ କୂଅରେ ଖସି ପଡି ମୃତ୍ୟୁ ଘଟଣା । ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇବା ସହ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି । ଏହାସହ ଦୁଇ ଦିନ ଧରି ଜାରି ରହିଥିବା ସର୍ଚ୍ଚ ଅପରେସନ ମଧ୍ୟ ଶେଷ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହୟତା ରାଶି ସହ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାରର ସହାୟତା ରାଶି ଘୋଷଣା କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷର ସହାୟତା ଘୋଷଣା କରିଛନ୍ତି । ଏହାସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳରେ ଜଣ ନାବାଳକ ବାସୋଦାରେ ଥିବା ଏକ କୂଅରେ କୌଣସି କାରଣ ବଶତଃ ଖସି ପଡିଥିଲା । ବାଳକଟିକୁ ଉଦ୍ଧାର କରିବା ପାଇଁ ଜଣେ ପରେ ଜଣେ ଲୋକ ସ୍ଥାନୀୟ ଅଞ୍ଚଳରେ ଜମା ହୋଇଥିଲେ । ବାଳକଟିକୁ ଉଦ୍ଧାର ପାଇଁ ଏକ ରଶିଟିକୁ କୂଅରେ ପକାଇଥିଲେ ସ୍ଥାନୀୟ ଲୋକେ।