ଓଡିଶା

odisha

ETV Bharat / bharat

Odisha Train Tragedy: ସାଂସଦଙ୍କୁ ବରୁଣଙ୍କ ଅପିଲ, ଦରମାରୁ କିଛି ସାହାଯ୍ୟ କର - ବରୁଣ ଗାନ୍ଧୀଙ୍କ ଅନୁରୋଧ

ଟ୍ବିଟ କରି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି, ଓଡିଶା ବାଲେଶ୍ବର ବାହାନଗା ଷ୍ଟେସନରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଅତ୍ୟନ୍ତ ଭୟାନକ । ହୃଦୟ ବିଦାରକ । ଘଟଣାରେ ଯେଉଁ ପରିବାର ପୁରା ଭାଙ୍ଗି ପଡିଛନ୍ତି ସେହି ପରିବାର ସହିତ ଚଟାଣ ପରି ଛିଡା ହେବାକୁ ପଡିବ । ଅଧିକ ପଢନ୍ତୁ

MP Varun Gandhi
MP Varun Gandhi

By

Published : Jun 3, 2023, 8:52 PM IST

ନୂଆଦିଲ୍ଲୀ: ବାଲେଶ୍ବର ବାହାନଗା ଷ୍ଟେସନରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପ୍ରସଙ୍ଗ । ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ପ୍ରଥମେ ସାହାରା ମିଳୁ ପରେ ନ୍ୟାୟ । ଟ୍ବିଟ କରି ଏଭଳି ଅପିଲ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।

ଟ୍ବିଟ କରି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି, ‘‘ଓଡିଶା ବାଲେଶ୍ବର ବାହାନଗା ଷ୍ଟେସନରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଅତ୍ୟନ୍ତ ଭୟାନକ । ହୃଦୟ ବିଦାରକ । ଘଟଣାରେ ଯେଉଁ ପରିବାର ପୁରା ଭାଙ୍ଗି ପଡିଛନ୍ତି ସେହି ପରିବାର ସହିତ ଚଟାଣ ପରି ଛିଡା ହେବାକୁ ପଡିବ । ସମସ୍ତ ସାଥୀ ସାଂସଦଙ୍କୁ ଅନୁରୋଧ ସମସ୍ତେ ନିଜ ଟଙ୍କାରୁ କିଛି ଅଂଶ ଏହି ଶୋକସନ୍ତପ୍ତ ପରିବାରଙ୍କ ନାମରେ କରି ସେମାନଙ୍କ ସାହାଯ୍ୟ କରିବାକୁ ଆଗକୁ ଆସନ୍ତୁ । ପ୍ରଥମେ ସେହି ପରିବାର ଗୁଡିକୁ ସାହାର ମିଳୁ । ପରେ ନ୍ୟାୟ ।’’

ଏହାବି ପଢନ୍ତୁ- PM Modi In Balasore: ଘଟଣା କଷ୍ଟଦାୟକ, ଦୋଷୀଙ୍କୁ ଛଡାଯିବ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ବରୁଣ ଗାନ୍ଧୀଙ୍କ ଏହି ଦାବିକୁ ବହୁ ରାଜନେତା ସମର୍ଥନ କରିଥିବା ବେଳେ, ବହୁ ଲୋକ ନିଜ ମତାମତ ଦେଇଛନ୍ତି । ଏହା ବାଦ ବରୁଣଙ୍କ ଏହି ଟ୍ବିଟକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ, ୭ ହଜାରରୁ ଅଧିକ ଲାଇକ, ଦେଢ ହଜାରରୁ ଅଧିକ ରିଟ୍ବିଟ ହୋଇଛି ।

ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଥିବା ବେଳେ, ଘଟଣା ସାରା ବିଶ୍ବରେ ଚହଳ ପକାଇ ଦେଇଛି । ଏହି ଦୁର୍ଘଟଣା ଭାରତୀୟ ରେଳବାଇର ଏକ ବଡ ବୋଲି ଦୁର୍ଘଟଣା କୁହାଯାଉଛି । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଶତାଧିକ ଯାତ୍ରୀ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କଟକ ସମେତ ବହୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଦୁର୍ଘଟଣା ସ୍ଥଳକୁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଆସି ଦୁର୍ଘଟଣାଗ୍ରସ୍ତ ଟ୍ରେନ ସମେତ ପୁରା ଅଞ୍ଚଳ ବୁଲି ଦେଖିଛନ୍ତି । ଏତତ ବ୍ୟତୀତ ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା ସେବା ସ୍ଥିତିର ସମୀକ୍ଷା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦୁର୍ଘଟଣା କଷ୍ଟଦାୟକ । ଘଟଣାରେ ଯେଉଁମାନଙ୍କ ଦୁଃଖଦ ମୃତ୍ୟୁ ହୋଇଛି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଘଟଣା ଅତ୍ୟନ୍ତ ଭୟଙ୍କର । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉଛି । ଦୋଷୀ ଛଡା ଯିବ ନାହିଁ । ଉଦ୍ଧାର କାର୍ଯ୍ୟରେ ସହଯୋଗ ଓ ସମର୍ଥନ ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଉଛି । ବାଲେଶ୍ବର ଜିଲ୍ଲା ମୁଖ୍ୟାଳୟରେ ଆହତ ଯାତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।’

ABOUT THE AUTHOR

...view details