ଓଡିଶା

odisha

ETV Bharat / bharat

ଥାନାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ପୁଅ, ଟଙ୍କା କାରବାର ଆଲୋଚନା ନେଇ ଭାଇରାଲ ହୋଇଥିଲା ଭିଡିଓ

ଥାନାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ପୁଅ । ଟଙ୍କା ନେଣଦେଣ ଆଲୋଚନା ନେଇ ଭାଇରାଲ ହୋଇଥିଲା ଭିଡିଓ । ଅଧିକ ପଢନ୍ତୁ

ଥାନାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ପୁଅ, ଟଙ୍କା ବଣ୍ଟା ନେଇ ଭାଇରାଲ ହେଉଥିଲା ଭିଡିଓ
ଥାନାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ପୁଅ, ଟଙ୍କା ବଣ୍ଟା ନେଇ ଭାଇରାଲ ହେଉଥିଲା ଭିଡିଓ

By ETV Bharat Odisha Team

Published : Nov 6, 2023, 3:49 PM IST

ଭୋପାଳ:ଭାଇରାଲ ଭିଡିଓ ନେଇ ଥାନାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନରେନ୍ଦ୍ର ସିଂ ତୋମାରଙ୍କ ପୁଅ ଦେବେନ୍ଦ୍ର ପ୍ରତାପ ସିଂ ତୋମାର । ସେ ନିର୍ବାଚନରେ ଟଙ୍କା ନେଣଦେଣ ନେଇ ଆଲୋଚନା କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ମିଥ୍ଯା ଓ ଉଦ୍ଦେଶ୍ୟମୂଳକ ଦର୍ଶାଇ ସେ ଥାନାରେ ଅଭିଯୋଗ କରିଛନ୍ତି । ରାଜନୈତିକ ଶତ୍ରୁତାରୁ ନିର୍ବାଚନ ପୂର୍ବରୁ କେହି ଏପରି କରୁଛି ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଦେବେନ୍ଦ୍ର ଆଜି ମୋରେନା ଜିଲ୍ଲାର ସିଭିଲ ଲାଇନ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଭିଡିଓକୁ ଏଡିଟ କରାଯାଇଛି ଓ ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ କରାଯାଇଛି । ନିର୍ବାଚନ ପୂର୍ବରୁ ଏହା ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର । ଏହା ତାଙ୍କ ସାମାଜିକ ପ୍ରତିଷ୍ଠା ଓ ଭାବମୂର୍ତ୍ତିକୁ ଖରାପ କରିବାରେ ଲାଗିଛି । ଏହାକୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରାଯାଉଛି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ସେହିପରି ସେ ଭାଇରାଲ ଭିଡିଓରେ ଟଙ୍କା କାରବାର ନେଇ ଆଲୋଚନା ହେଉଥିବା ବେଳେ ତାଙ୍କର କୌଣସି ବ୍ୟାଙ୍କ ଆକାଉଣ୍ଟକୁ କିମ୍ବା ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ କୌଣସି ପ୍ରକାର ଟଙ୍କା କାରବାର ହୋଇନାହିଁ ବୋଲି ସେ ବାରମ୍ବାର ଦାବି କରିଛନ୍ତି । ଏହା କେବଳ ଏକ ଭିଡିଓକୁ ଏଡିଟ କରି ନିର୍ବାଚନ ପୂର୍ବରୁ ତାଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ରାଜନୈତିକ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଅନୁସାରେ, ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଭିଡିଓର ସତ୍ୟତା ଯାଞ୍ଚ କରିବା ସହ ଏହା କେବେ ଓ କେଉଁ ଡିଭାଇସରୁ ଇଣ୍ଟରନେଟରେ ପ୍ରଥମେ ଅପଲୋଡ ହୋଇଛି, ପୋଲିସ ସାଇବର ସେଲ ସାହାଯ୍ୟରେ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ :-Mahadev Book: 22 ବେଆଇନ ବେଟିଂ ଆପ ଓ ଓ୍ବେବସାଇଟକୁ ବ୍ୟାନ କଲା କେନ୍ଦ୍ର

ଏବେ କେନ୍ଦ୍ରରେ କୃଷିମନ୍ତ୍ରୀ ଥିବା ବିଜେପିର ଏହି ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ଚଳିତ ବିଧାନସଭା ନିର୍ବାଚନ ଲଢୁଛନ୍ତି । ତାଙ୍କୁ ମଧ୍ୟ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଭାବେ ଅନୁମାନ କରାଯାଉଛି । ଚଳିତ 17 ତାରିଖରେ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମୋଟ 230 ଆସନରେ ଏକକାଳୀନ ଭୋଟଗ୍ରହଣ ହେବା ସହ ଡିସେମ୍ବର 3 ତାରିଖରେ ଫଳାଫଳ ପ୍ରକାଶ ପାଇବ । ରାଜ୍ୟରେ ଏବେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ସରକାରରେ ଥିବା ବେଳେ ମୁଖ୍ୟ ପ୍ରତିନ୍ଦ୍ବନ୍ଦ୍ବୀ ଭାବେ କଂଗ୍ରେସ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details