ଓଡିଶା

odisha

ETV Bharat / bharat

ଆନ୍ଦୋଳନ ବନ୍ଦ କରିବାକୁ କୃଷକ ସଂଗଠନକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅପିଲ - ନୂତନ କୃଷି ଆଇନ

ଆନ୍ଦୋଳନ ବନ୍ଦ କରିବାକୁ କୃଷିକ ସଂଗଠନକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅପିଲ । କୃଷି ସଂଗଠନ ସହିତ 11 ରାଉଣ୍ତ ବୈଠକ ଶେଷ ହୋଇଛି କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

MP: union minister narendra singh tomar urged to terminate farmer stir
ଆନ୍ଦୋଳନ ବନ୍ଦ କରିବାକୁ କୃଷିକ ସଂଗଠନକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅପିଲ

By

Published : Jun 26, 2021, 7:54 AM IST

ଭୋପାଳ: ନୂତନ କୃଷି ଆଇନ ବିରୋଧରେ ଜାରି ରହିଥିବା ଆନ୍ଦୋଳନକୁ ବନ୍ଦ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତେଜିଥିବା କୃଷକ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ବିଭିନ୍ନ କୃଷି ସଂଗଠନ ସହିତ 11 ରାଉଣ୍ତ ବୈଠକ ଶେଷ ହୋଇଛି । ହେଲେ ଏପର୍ଯ୍ୟନ୍ତ କୈଣସି ନିଷ୍କର୍ସ ବାହାରିପାରି ନାହିଁ ।

ଏବେବି ସରକାର କୃଷକମାନଙ୍କ ସହ ଆଲୋଚନା କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ଏମଏସପି ଲାଗୁ ହେଲେ କୃଷକମାନେ ଉପକୃତ ହେବେ । ଯଦି ନୂତନ କୃଷି ଆଇନର ପ୍ରୋଭିଜନ କୈଣସି ବ୍ୟବସ୍ଥା ଉପରେ କୃଷକ ସଂଘର ଆପତ୍ତି ରହିଛି । ତେବେ କେନ୍ଦ୍ର ସରକାର ସେମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଆନ୍ଦୋଳନ ଶେଷ କରିବାକୁ ସେ କୃଷକ ସଂଗଠନକୁ ନିବେଦନ କରିଛନ୍ତି।

ମିଶନ୍ ୟୁପି ପାଇଁ ପ୍ରସ୍ତୁତ ହୋଇଥିବା ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ସଦସ୍ୟ ଶିବ କୁମାର କକ୍କା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ଆଇନକୁ ବିରୋଧ ସେ ବିରୋଧ ରାଷ୍ଟ୍ରପତିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରି ଆନ୍ଦୋଳନକୁ ଆଗକୁ ବଢାଇବେ । ମଧ୍ୟପ୍ରଦେଶରେ ମଧ୍ୟ କୃଷକ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।

ସରକାରଙ୍କୁ ଏକ ଶିକ୍ଷା ଦେବା ପାଇଁ ମିଶନ ୟୁପି ଆରମ୍ଭ ହେବ । ତା’ପରେ କୃଷକ ସଂଗଠନ କ୍ରମାଗତ ଭାବରେ ଦିଲ୍ଲୀ ଚାଲୋ ଅଭିଯାନ ବିଷୟରେ କୃଷକମାନଙ୍କୁ ଅବଗତ କରାଇବ। ସେପଟେ ଏବେ ମଧ୍ୟପ୍ରଦେଶ ଗସ୍ତରେ ରହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଦୀର୍ଘ 6 ମାସରୁ ଅଧିକ ହେବ ନୂତନ କୃଷି ଆଇନକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ସିଙ୍ଘୁ ବର୍ଡର ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details