ଓଡିଶା

odisha

ETV Bharat / bharat

ଭାରତ ମାତା କି ଜୟ.. ସ୍ଲୋଗାନ ଦେବାରୁ ଛାତ୍ରଙ୍କୁ ଦଣ୍ଡିତ କଲେ ଶିକ୍ଷକ - student punished raising Bharat Mata ki Jai slogan

ମଧ୍ୟପ୍ରଦେଶର ଖ୍ରୀଷ୍ଟ ସିନିୟର ମାଧ୍ୟମିକ ବିଦ୍ୟାଳୟରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେବାରୁ ଛାତ୍ରଙ୍କୁ ଦଣ୍ଡିତ କଲେ ଶିକ୍ଷକ । ସ୍କୁଲ ସମ୍ମୁଖରେ ଧାରଣାରେ ବସିଲେ ଅଭିଭାବକ ।

ଛାତ୍ରଙ୍କୁ ଦଣ୍ଡିତ କଲେ ଶିକ୍ଷକ
ଛାତ୍ରଙ୍କୁ ଦଣ୍ଡିତ କଲେ ଶିକ୍ଷକ

By

Published : Nov 3, 2022, 10:39 PM IST

ଭୋପାଳ: ପ୍ରାର୍ଥନା ସଭାରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେବାରୁ ଛାତ୍ରଙ୍କୁ ଶିକ୍ଷକ ଦଣ୍ଡିତ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଖ୍ରୀଷ୍ଟ ସିନିୟର ମାଧ୍ୟମିକ ବିଦ୍ୟାଳୟରେ। ଏହି ଘଟଣାକୁ ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଦଣ୍ଡିତ ଛାତ୍ରଙ୍କ ପରିବାର ସହ କିଛି ସ୍ବେଚ୍ଛାସେବୀ ସଂଗଠନ । ଗତକାଲି (ବୁଧବାର) ଏହି ଘଟଣା ଘଟିଥିବା ଜଣାପଡିଛି ।

ଏନେଇ ଦଣ୍ଡିତ ହୋଇଥିବା ଛାତ୍ର ଶିବଂଶ କହିଛନ୍ତି ଯେ, ବୁଧବାର ବିଦ୍ୟାଳୟରେ ପ୍ରାର୍ଥନା ପରେ ଜାତୀୟ ସଙ୍ଗିତ ଗାନ କରାଯାଇଥିଲା । ଏହାପରେ ମୁଁ ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲି । ଏହା ଶୁଣିବା ପରେ ଜଷ୍ଟିନ ସାର ଆସି ମୋତେ ଲାଇନରୁ ବାହାର କରିଦେଇ ମୋତେ ମୋ ମୋ ବାପାଙ୍କ ପାଖକୁ ଯିବାକୁ କହିଥିଲେ, କିଛି ସମୟ ପରେ ହିନ୍ଦି ଶିକ୍ଷକ ଆସି ମୋତେ ଶ୍ରେଣୀ ଶିକ୍ଷକଙ୍କୁ ଭେଟିବାକୁ କହିଥିଲେ । ମୁଁ ଶ୍ରେଣୀ ଶିକ୍ଷକଙ୍କୁ ଭେଟିବା ପରେ ମୋତେ ଘରେ ଭାରତ ମାତାକି ଜୟ ଗାନ କରିବାକୁ କହିଥିଲେ ।

ଏହାପରେ ମୁଁ କ୍ଲାସ ରୁମକୁ ଯିବା ପରେ ମୋର ଜଣେ ବନ୍ଧୁ ଭାଇସ କ୍ୟାପେଟନ ଭାବେ ମନୋନିତ ହୋଇଥିଲେ । ଏହାକୁ ନେ ମୋର ଶ୍ରେଣୀ ଶିକ୍ଷକ ଜସ୍ମିନା ଖାଟୁନ୍ ଜଣେ ବାଳକ ଶ୍ରେଣୀକୁ ଗର୍ବିତ କରୁଛି ଏବଂ ମୁଁ ଶ୍ରେଣୀର ନାମକୁ ଅପମାନିତ କରୁଛି ବୋଲି କହିଥିଲେ। ଏହା ପରେ ମ୍ୟାମ ମୋତେ ପରବର୍ତ୍ତୀ ଚାରିଟି ପିରିଅଡ ପାଇଁ ତଳେ ବସିବାକୁ କହିଥିଲେ।

ଏହା ମଧ୍ୟ ପଢନ୍ତୁ-ଅଷ୍ଟ୍ରେଲିଆ ଯୁବତୀ ହତ୍ୟାକାଣ୍ଡରେ ଭାରତୀୟ ଅଭିଯୁକ୍ତ, ସୂଚନା ଦେଲେ ମିଳିବ 6 ଲକ୍ଷ ଡଲାରର ଆର୍ଥିକ ପୁରସ୍କାର

ଶିବଂଶଙ୍କ ମା’ କହିଛନ୍ତି, "ସେ ଘରକୁ ଫେରି ଏକ ରୁମରେନିଜକୁ ବନ୍ଦ କରି ରଖିଲା। ଖାଦ୍ୟ ଖାଇବା ପରେ କାନ୍ଦିବା ଆରମ୍ଭ କରିଥିଲା । ପରେ ଏହି ଘଟଣା ସମ୍ପର୍କରେ ମୋତେ କହିବାରୁ ମୁଁ ତା ପିତାଙ୍କୁ କହିଥିଲି ।"

ଅନ୍ୟପକ୍ଷରେ, ବିଦ୍ୟାଳୟର ପ୍ରିନ୍ସିପାଲ କହିଛନ୍ତି , ଛାତ୍ର ଜଣଙ୍କ ଏହାକୁ ଦେଶପ୍ରେମ ପାଇଁ ନୁଙଂ ବରଂ ଏହାକୁ ମଜାଳିଆ ଭାବରେ କହିବାରୁ ତାଙ୍କୁ ଦଣ୍ଡ ଦିଆଯାଇଥିଲା । ଏନେଇ ଏକ ବୈଠକ କରାଯିବା ପରେ ମାମଲାର ବିଚାର କରାଯିବ ।

ABOUT THE AUTHOR

...view details