ଓଡିଶା

odisha

ETV Bharat / bharat

ସ୍ବଚ୍ଛତା ନେଇ ଶିକ୍ଷକଙ୍କ ଅଦ୍ଭୁଦ ବାର୍ତ୍ତା, ଛାତ୍ରୀଙ୍କୁ ଉଲଗ୍ନ କରି ମଇଳା ପୋଷାକ ଧୋଇଲେ - ଭୋପାଳର ଶାହଦୋଲ ଜିଲ୍ଲାରେ ଶିକ୍ଷକଙ୍କ ଅଦ୍ଭୁତ ଶୋଷଣ

ଭୋପାଳର ଶାହଦୋଲ ଜିଲ୍ଲାରେ ଶିକ୍ଷକଙ୍କ ଅଦ୍ଭୁତ ଶୋଷଣ ଘଟଣା ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ଚକିତ କରି ଦେବ । ସ୍ବଚ୍ଛତାର ବାର୍ତ୍ତା ଦେଇ ଜଣେ ଛାତ୍ରୀଙ୍କୁ ଅଧା ଉଲଗ୍ନ କରି ବସାଇଲେ ଶିକ୍ଷକ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ସ୍ବଚ୍ଛତା ବାର୍ତ୍ତାକୁ ନେଇ ଶିକ୍ଷକଙ୍କର ଅଦ୍ଭୁତ ବାର୍ତ୍ତା :  ଛାତ୍ରୀଙ୍କ ମଇଳା ପୋଷାକ ଖୋଲିଲେ, ଉଲଂଗ୍ନ ବସାଇ ଭିଡିଓ କଲେ
ସ୍ବଚ୍ଛତା ବାର୍ତ୍ତାକୁ ନେଇ ଶିକ୍ଷକଙ୍କର ଅଦ୍ଭୁତ ବାର୍ତ୍ତା : ଛାତ୍ରୀଙ୍କ ମଇଳା ପୋଷାକ ଖୋଲିଲେ, ଉଲଂଗ୍ନ ବସାଇ ଭିଡିଓ କଲେ

By

Published : Sep 25, 2022, 8:29 AM IST

ଭୋପାଳ:କଥାରେ ଅଛି ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ବର । ହେଲେ ଏହି ପଂକ୍ତିଟି ଏଠାରେ ଭୁଲ ପ୍ରମାଣ ହୋଇଛି । ଜଣେ ଶିକ୍ଷକ ସ୍ବଚ୍ଛତାର ବାର୍ତ୍ତା ଦେବା ପାଇଁ ବିଦ୍ୟାଳୟର ଜଣେ ଆଦିବାସୀ ଝିଅର ପୋଷାକ ଖୋଲିବା ସହ ଦୀର୍ଘ ସମୟ ଯାଏଁ ତାକୁ ଉଲଗ୍ନ କରି ଛିଡ଼ା କରିଥିଲେ(shahdol teacher got off girl student dirty uniform she sat half naked shared photo of washing) । କାରଣ ଝିଅଟି ଯେଉଁ ପୋଷାକ ପିନ୍ଧିଥିଲା ତାହା ସାମାନ୍ୟ ମଇଳା ଥିଲା । ତେଣୁ ଶିକ୍ଷକ ଜଣକ ସ୍ବଚ୍ଛତାର ବାର୍ତ୍ତା ଦେବା ପାଇଁ ଛାତ୍ରୀଙ୍କ ସହ ଏଭଳି କାମ କରିଥିଲେ । ଏହାସହ ମଇଳା ପୋଷାକକୁ ଧୋଇବା ପାଇଁ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ କହିଥିଲେ । ପରେ ଏହି ଶିକ୍ଷକ ବିଭାଗୀୟ ଗୋଷ୍ଠୀରେ ଫଟୋ ସେୟାର କରି ନିଜକୁ ସ୍ବଚ୍ଛତାର ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ । ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୋଷାକ ଶୁଖିବା ପରେ ଛାତ୍ରୀଙ୍କୁ ଶ୍ରେଣୀକୁ ପଠାଇଥିଲେ: ବାସ୍ତବରେ ଏହି ବିଷୟ ଶାହଦୋଲ ଜିଲ୍ଲାର ଜୟସିଂହନଗରର ଏକ ସରକାରୀ ବିଦ୍ୟାଳୟର ଅଟେ । ସରକାରୀ ପ୍ରାଥମିକ ବିଦ୍ୟାଳୟ ବାରା ଟୋଲାରେ ପଢୁଥିବା ଏହି ପଞ୍ଚମ ଶ୍ରେଣୀର ଜଣେ ଆଦିବାସୀ ଝିଅ ମଇଳା ପୋଷାକ ପିନ୍ଧି ସ୍କୁଲ ଆସିଥିଲେ । ସ୍କୁଲକୁ ଆସିବା ପରେ ଜଣେ ଶିକ୍ଷକ ଏହି ଝିଅର ପୋଷାକକୁ କାଢିବା ପାଇଁ କହିଥିଲେ । ଏହାପରେ ମଇଳା ପୋଷାକ ପିନ୍ଧି କାହିଁକି ଆସିଛୁ ବୋଲି ପଚାରିଥିଲେ । ଏହାପରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ କିଛି ଘଣ୍ଟା ପାଇଁ ଅଧା ଉଲଗ୍ନ ରଖିଥିଲେ । ସ୍ବଚ୍ଛତାର ବାର୍ତ୍ତା ଦେଇ ଶିକ୍ଷକ ଜଣକ ଏଭଳି କାମ କରିଥିବା କହୁଥିଲେ ।

ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯାହାକୁ ନେଇ ଶିକ୍ଷକଙ୍କୁ ଅନେକ ନିନ୍ଦା ମଧ୍ୟ ଶୁଣିବାକୁ ମିଳୁଛି । ଏ ସମ୍ପର୍କରେ ସ୍ଥାନୀୟ ଜିଲ୍ଲାପାଳ କହିଛନ୍ତି ସମ୍ପୃକ୍ତ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ ଏହି ଭିଡ଼ିଓକୁ ଶିକ୍ଷକ ଜଣକ ସ୍ବଚ୍ଛତାର ବାର୍ତ୍ତା ଦେଇ ନିଜ ଗ୍ରୁପ ମାଧ୍ୟମରେ ସେୟାର ବି କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଗ୍ରାମବାସୀଙ୍କ ମଧ୍ୟରେ ନାନା ଅସନ୍ତୋଷ ପ୍ରକାଶ ପାଇଛି । ଏହାସହ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏନେଇ ଶାହଦୋଲର ଜିଲ୍ଲାପାଳ କହିଛନ୍ତି, ''ଏହି ଘଟଣା ନଜରକୁ ଆସିଛି । ଘଟଣାର ଅନୁସନ୍ଧାନ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ'' । ତେବେ ଜଣେ ଆଦିବାସୀ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ସହ ଶିକ୍ଷକଙ୍କ ଏଭଳି କାର୍ଯ୍ୟକଳାପକୁ ସାଧାରଣରେ ଦୃଢ଼ ନିନ୍ଦା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details