ଓଡିଶା

odisha

ETV Bharat / bharat

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ

ରିମାଣ୍ଡ ଅବଧି ଶେଷ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଶିବସେନା ନେତା ସଞ୍ଜୟ ରାଉତ । ଅଧିକ ପଢନ୍ତୁ

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ
୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ

By

Published : Aug 9, 2022, 8:52 AM IST

ମୁମ୍ବାଇ: ପାତ୍ରା ଚୌଲ(Patra Chawl) ଜମି ଦୁର୍ନୀତି ମାମଲାରେ ଗିରଫ ଶିବସେନା ନେତା ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ଏହାପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ମୁମ୍ବାଇର ସ୍ବତନ୍ତ୍ର ପିଏମଏଲଏ କୋର୍ଟ ସଞ୍ଜୟ ରାତଉଙ୍କୁ ଅଗଷ୍ଟ ୨୨ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏହି ସମୟରେ ସେ ମୁମ୍ବାଇ ସ୍ଥିତ ଆର୍ଥର ରୋଡ ଜେଲ୍‌ରେ ରହିବେ ।

ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ସରିବା ପରେ ସୋମବାର ତାଙ୍କୁ ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ସଞ୍ଜୟଙ୍କ ଶାରିରୀକ ଅସୁସ୍ଥତା ଯୋଗୁଁ ଜେଲ୍ ମଧ୍ୟରେ ମେଡିସିନ ଓ ଘର ଖାଦ୍ୟ ଖାଇବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଶୋଇବା ଲାଗି ଖଟ ବ୍ୟବସ୍ଥା କରିବାକୁ କରାଯାଇଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ପ୍ରକାଶଥାଉ କି, ମୁମ୍ବାଇ ଗୋରେଗାଓଁ ଅଞ୍ଚଳରେ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତ ଜୁଲାଇ ୩୧ରେ ସଞ୍ଜୟ ରାଉତଙ୍କ ବାସଭବନରେ ରେଡ୍ କରିଥିଲା । ଅଗଷ୍ଟ ୧ରେ ତାଙ୍କୁ ଗିରଫ କରାଯାଇଥିଲା ।

ABOUT THE AUTHOR

...view details