ଓଡିଶା

odisha

ETV Bharat / bharat

ଜେଲରେ ମୁସଲମାନ କଏଦୀଙ୍କ ଦାଢି କଟାଯାଇଥିବା ଅଭିଯୋଗ ଆଣିଲେ ଓଓ୍ବେସୀ, ମଧ୍ୟ ପ୍ରଦେଶ ସରକାରକୁ କଲେ ଟାର୍ଗେଟ - ମଧ୍ୟ ପ୍ରଦେଶ ଖବର

ମଧ୍ୟ ପ୍ରଦେଶ ରାଜଗଡ଼ ଜେଲରେ ବଳପୂର୍ବକ ମୁସଲମାନ କଏଦୀଙ୍କ ଦାଢି କଟାଯାଇଥିବା ଅଭିଯୋଗ ଆଣିଲେ ଓଓ୍ବେସୀ (rajgarh muslim prisoner beard cut) । ଶିବରାଜ ସିଂ ଚୌହାନ ସରକାରଙ୍କୁ କଲେ ଟାର୍ଗେଟ । କହିଲେ ଦାଢି ରଖିଲେ କେହି ପାକିସ୍ତାନୀ ହୋଇଯାଏନି । ଅଧିକ ପଢନ୍ତୁ

ଜେଲରେ ମୁସଲମାନ କଏଦୀଙ୍କ ଦାଢି କାଟାଯାଇଥିବା ଅଭିଯୋଗ ଆଣିଲେ ଓଓ୍ବେସୀ, ମଧ୍ୟ ପ୍ରଦେଶ ସରକାରକୁ କଲେ ଟାର୍ଗେଟ
ଜେଲରେ ମୁସଲମାନ କଏଦୀଙ୍କ ଦାଢି କାଟାଯାଇଥିବା ଅଭିଯୋଗ ଆଣିଲେ ଓଓ୍ବେସୀ, ମଧ୍ୟ ପ୍ରଦେଶ ସରକାରକୁ କଲେ ଟାର୍ଗେଟ

By

Published : Sep 20, 2022, 9:53 PM IST

Updated : Sep 21, 2022, 7:20 AM IST

ଭୋପାଲ:ମଧ୍ୟ ପ୍ରଦେଶ ରାଜଗଡ଼ ଜିଲ୍ଲା ଜେଲରେ ମୁସଲିମ କଏଦୀଙ୍କୁ ଜେଲ କର୍ତ୍ତୃପକ୍ଷ ନିର୍ଯାତନା ଦେବା ସହ ବାଧ୍ୟତାମୂଳକ ଦାଢି କଟାଇଥିବା ଅଭିଯୋଗ କରିଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓଓ୍ବେସୀ (rajgarh muslim prisoner beard cut)। ଏହି ଘଟଣାରେ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି (owaisi allegations on cm shivraj government)। ଓଓ୍ବେସୀ କହିଛନ୍ତି, ମଧ୍ୟ ପ୍ରଦେଶରେ ଧାରା 151 ଅନୁସାରେ ଗିରଫ କାରଯାଇଥିବା ଏହି 5 ଅଭିଯୁକ୍ତଙ୍କୁ ଜେଲରେ ନିର୍ଯାତନା ଦିଆଯିବା ସହ ବଳପୂର୍ବକ ସେମାନଙ୍କ ଦାଢି ମଧ୍ୟ କଟାଯାଇଛି । ଯାହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 25ର ସ୍ପଷ୍ଟ ଉଲଙ୍ଘନ ।

ସେ ଆହୁରି ମଧ୍ୟ କହିଛନ୍ତି, ଦାଢି ରଖିଲେ କେହି ପାକିସ୍ତାନୀ ହୋଇଯାଆନ୍ତି ନାହିଁ । ଭାରତୀୟ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ଅଂଶଗ୍ରହଣ କରିଥିବା ଅନେକ ସଂଗ୍ରାମୀଙ୍କର ଦାଢି ଥିଲା । ଏହି ଘଟଣାରେ ଜେଲ କର୍ତ୍ତୃପକ୍ଷ ଯାହା କରିଛନ୍ତି ତାହା ସମ୍ବିଧାନର ସମ୍ପୂର୍ଣ୍ଣ ଉଲଙ୍ଘନ । ଶିବରାଜ ସିଂ ଚୌହାନ ସମ୍ପୃକ୍ତ ଜେଲରଙ୍କ ବିରୋଧରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଓୱେସି କହିଛନ୍ତି ଯେ, "ମଧ୍ୟପ୍ରଦେଶରେ ରାଜ୍ୟ ଜନସଂଖ୍ୟାର 7% ମୁସଲମାନ । ଏବେ ରାଜ୍ୟରେ 14% ଅଣ୍ଡର-ଟ୍ରାଏଲ ମୁସଲମାନ କଏଦୀ ସଜ୍ଜା କାଟୁଛନ୍ତି । ମଧ୍ୟ ପ୍ରଦେଶର ଜେଲରେ 56% କଏଦୀ ମୁସଲମାନ ସମ୍ପ୍ରଦାୟର । ଏହି ସଂଖ୍ୟା ଦର୍ଶାଉଛି ଏହା ମୁସଲମାନଙ୍କ ପ୍ରତି ଭେଦଭାବ । ଭାରତ ସରକାରଙ୍କୁ ଟାର୍ଗେଟ କରି ସେ ଏହା ମଧ୍ୟ କହଛନ୍ତି, ଭାରତ ସରକାର କଣ ସମସ୍ତ ଅନ୍ତର୍ଜାତୀୟ ମାନବାଧିକାର ଚୁକ୍ତିରୁ ଓହରି ଯାଇ ଖୋଲାଖୋଲି ଭାବେ ଧର୍ମ ନିରପେକ୍ଷତା, ବହୁବିଧତା ଏବଂ ବିବିଧତା ଉପରେ ବିଶ୍ୱାସ କରନ୍ତି ନାହିଁ ବୋଲି ଘୋଷଣା କରିପାରିବ କି । ଭାରତୀୟ ସମ୍ବିଧାନର ଧାରା 25 କୁ ଦର୍ଶାଇ ସେ କହିଛନ୍ତି ମୁସଲମାନ କଏଦୀଙ୍କ ପ୍ରତି ଜେଲର ଯେଉଁ ବର୍ରରତା ଦେଖାଇଛନ୍ତି, ତାହା ସମ୍ବିଧାନର ଉଲ୍ଲଙ୍ଘନ । ତାଙ୍କୁ ତୁରନ୍ତ ଦାୟିତ୍ବରୁ ଅପସାରଣ କରାଯିବା ସହ ଜେଲ ପଠାଯିବା ଉଚିତ ।

ସେପ୍ଟେମ୍ବର 13 ର ଏହି ଘଟଣାଟି ଘଟିଥିଲା କୁହାଯାଉଛି । ରାଜଗଡ ଜେଲରେ ଥିବା ଦୁଇ ମୁସଲମାନ କଏଦୀଙ୍କ ୱାହିଦ୍ ଏବଂ କଲିମ୍ ଜେଲରଙ୍କ ଦ୍ବାରା ନିର୍ଯାତିତ ହୋଇଥିବା ସହ ବଳପୂର୍ବକ ତାଙ୍କ ଦାଢି କଟାଯାଇଥିବା ଅଭିଯୋଗ କରିଥିଲେ (Rajgarh Jail Muslim Beard Cutting)। ଉଭୟ କଏଦୀ ଏନେଇ ସମ୍ପୃକ୍ତ ଜେଲରଙ୍କ ବିରୋଧରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଏପରି ଅଭିଯୋଗ ସାମ୍ନାକୁ ଆସିବା ପରେ ସରକାରଙ୍କୁ ସିଧାସଳଖ ଦାୟୀ କରି ବର୍ଷିଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓଓ୍ବେସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2022, 7:20 AM IST

ABOUT THE AUTHOR

...view details