ଓଡିଶା

odisha

ETV Bharat / bharat

ପଞ୍ଜାବ ଲୋକଙ୍କ ସମସ୍ୟା ଶୁଣିବାକୁ ମୋବାଇଲ ନମ୍ବର ଜାରିକଲେ ରାଘବ - ଆପ ସାଂସଦ ରାଘବ ଚଢା

ଲୋକଙ୍କ ସମସ୍ୟା ସଂସଦରେ ଉପସ୍ଥାପନା ପାଇଁ ଜନ ସାଧାରଣଙ୍କ ନିମନ୍ତେ ନମ୍ବର ଜାରିକଲେ ପଞ୍ଜାବର ରାଜ୍ୟସଭା ସଦସ୍ୟ ରାଘବ ଚଢା । ଅଧିକ ପଢ଼ନ୍ତୁ

mp raghav chadha released number to listen punjab people's problem
ଲୋକଙ୍କ ସମସ୍ୟା ପାଇଁ ଜାରି ହେଲା ନମ୍ବର

By

Published : Aug 7, 2022, 5:59 PM IST

ଚଣ୍ଡିଗଡ଼: ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ପଞ୍ଜାବର ରାଜ୍ୟସଭା ସାଂସଦ ରାଘବ ଚଢା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । MSPକୁ ଚାଷୀଙ୍କ ଆଇନଗତ ଅଧିକାର କରିବା ନିମନ୍ତେ ଏକ ବିଲ୍‌ ଆଗତ କରିଥିଲେ । ସାଧାରଣ ଜନତାଙ୍କ ଅଭିଯୋଗକୁ ନେଇ ସଂସଦରେ ଉପସ୍ଥାପନା କରିବା ପାଇଁ ସେ ଏକ ନମ୍ବର ଜାରି କରିଛନ୍ତି । ରାଘବ ଚଢା ୯୯୧୧୦୯-୪୪୪୪୪ ମୋବାଇଲ ନମ୍ବର ଜାରି କରିଛନ୍ତି ।

ଏଥିରେ ନିଜ ମତାମତ ଓ ଅଭିଯୋଗ ପଠାଇବାକୁ ୩ କୋଟି ପଞ୍ଜାବବାସୀଙ୍କୁ ନିବେଦନ କରିଛନ୍ତି । ନିଜର ପ୍ରଶ୍ନ କିମ୍ବା କୌଣସି ସମସ୍ୟା ରେକର୍ଡ କରି ପଠାଇବାକୁ ସେ କହିଛନ୍ତି । ଲୋକେ ଏହି ନମ୍ବରରେ ହ୍ବାଟ୍ସଆପ ମଧ୍ୟ କରିପାରିବେ । କୃଷି ସମସ୍ୟା ହେଉ ଅବା, ଜଳ, ଶିକ୍ଷା ସମସ୍ୟା ଥିଲେ ଏହି ନମ୍ବର ମାଧ୍ୟମରେ ଜଣାଇପାରିବେ । ଏହି ପ୍ରସଙ୍ଗ ପଞ୍ଜାବର ହେବ ବୋଲି ରାଘବ ଚଢା କହିଛନ୍ତି ।

ଚଢା କହିଛନ୍ତି, "ଜନସାଧାରଣ ରାଜ୍ୟସଭାରେ କଣ ଉପସ୍ଥାପନ କରିବାକୁ ଚାହୁଁଛନ୍ତି । ମୁଁ ସେମାନଙ୍କର ମାଧ୍ୟମ ହେବି ଏବଂ ଏହି ପ୍ରସଙ୍ଗ ଉଠାଇବି ।" ରାଘବ MSP କମିଟି, MSPର ଆଇନଗତ ଗ୍ୟାରେଣ୍ଟି, ଜିଏସଟି ଭଳି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଛନ୍ତି । ରାଘବ ଆହୁରି କହିଛନ୍ତି" ପଞ୍ଜାବର ଜନସାଧାରଣ ଆତ୍ମବିଶ୍ବାସର ସହ ଦେଶର ସର୍ବବୃହତ ଗୃହ ରାଜ୍ୟସଭାକୁ ମୋତେ ମନୋନୀତ କରିଛନ୍ତି । ରାଜ୍ୟସଭା ସଦସ୍ୟର ପ୍ରଥମ କର୍ତ୍ତବ୍ୟ ହେଉଛି ସଂସଦରେ ନିଜ ରାଜ୍ୟର ଅଧିକାର ରକ୍ଷା କରିବା ।"

ABOUT THE AUTHOR

...view details