ଓଡିଶା

odisha

By

Published : Apr 22, 2022, 12:38 PM IST

ETV Bharat / bharat

ବଢିଲା ସୁବ୍ରତଙ୍କ ଅଡୁଆ, ଗିରଫ ପାଇଁ ଲକ୍ଷ୍ନୌରେ ପହଞ୍ଚିଲା ମଧ୍ୟପ୍ରଦେଶ ପୋଲିସ

ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରଏଙ୍କୁ ଗିରଫ କରିବା ଲକ୍ଷ୍ନୌରେ ପହଞ୍ଚିଲା ମଧ୍ୟପ୍ରଦେଶ ପୋଲିସ । ସୁବ୍ରତ ରଏଙ୍କ ବିରୋଧରେ 14 ଟି ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

ସୁବ୍ରତ ରଏଙ୍କୁ ଗିରଫ ପାଇଁ ଲକ୍ଷ୍ନୌରେ ପହଞ୍ଚିଲା ମଧ୍ୟପ୍ରଦେଶ ପୋଲିସ
ସୁବ୍ରତ ରଏଙ୍କୁ ଗିରଫ ପାଇଁ ଲକ୍ଷ୍ନୌରେ ପହଞ୍ଚିଲା ମଧ୍ୟପ୍ରଦେଶ ପୋଲିସ

ଲକ୍ଷ୍ନୌ:ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରଏଙ୍କୁ ଗିରଫ କରିବା ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପହଞ୍ଚିଲା ମଧ୍ୟପ୍ରଦେଶ ପୋଲିସ । ସୁବ୍ରତ ରଏଙ୍କ ସହ ୮ଜଣଙ୍କୁ ଗିରଫ କରିବ ମଧ୍ୟପ୍ରଦେଶ ପୋଲିସ । ସମସ୍ତଙ୍କ ବିରୋଧରେ NBW ଓ୍ବାରଣ୍ଟି ଜାରି କରାଯାଇଛି । ସ୍ଥାନୀୟ ପୋଲିସ ସହାୟତାରେ ସୁବ୍ରତ ରଏଙ୍କ ବାସଭବନରେ ପହଞ୍ଚି ଗିରଫ କରିବ ପୋଲିସ । ମଧ୍ୟପ୍ରଦେଶର ଦାତିୟା କୋଟୱାଲିରେ ସୁବ୍ରତ ରଏଙ୍କ ବିରୋଧରେ 14ଟି ଠକେଇ ମାମଲା ରହିଛି।

ସାହାର କମ୍ପାନୀର ମୁଖ୍ୟ ତଥା କମ୍ପାନୀର 8 ଜଣଙ୍କ ବିରୋଧରେ ଜାମିନ‌ ବିହୀନ ପରଓ୍ବାନା ଜାରି କରାଯାଇଛି । ସେମାନଙ୍କୁ ଗିରଫ କରିବା ପାଇଁ ମଧ୍ୟପ୍ରଦେଶ ପୋଲିସ ଲକ୍ଷ୍ନୌର ଗୋମତି ନଗର ପୋଲିସ ଷ୍ଟେସନରେ ପହଞ୍ଚିଛି । ଦାତିୟା ଇନ୍ସପେକ୍ଟର ରବିନ୍ଦ୍ର ଶର୍ମାଙ୍କ କହିବା ଅନୁଯାୟୀ ମଧ୍ୟପ୍ରଦେଶର କୋଟୱାଲି ସହରରେ ସୁବ୍ରତ ରଏଙ୍କ ବିରୋଧରେ 14ଟି ମାମଲା ରୁଜୁ ହୋଇଛି ।

ସୁବ୍ରତ ରଏଙ୍କ ବ୍ୟତୀତ ସ୍ବପ୍ନା ରୟ, ଅନିଲ କୁମାର ପାଣ୍ଡେ, ଡି.କେ ଶ୍ରୀବାସ୍ତବ, ରୁମି ଦତ୍ତା, କରୁଣେଶ ଅବସ୍ଥି, ରାଣା ଜିଆ ଏବଂ ଅବଦୁଲ ଦବିରଙ୍କ ବିରୋଧରେ ଜାମିନ‌ ବିହୀନ ପରଓ୍ବାନା ଜାରି କରାଯାଇଛି । ସାହାରା କମ୍ପାନୀ ଲୋକଙ୍କ ଟଙ୍କା ଜମା କରିଥିବା ବେଳେ ପରେ ଫେରସ୍ତ କରିନଥିବାରୁ ଅଭିଯୋଗ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details