ମୁମ୍ବାଇ:ମହାରାଷ୍ଟ୍ରରେ ହନୁମାନ ଚାଳିଶାକୁ ନେଇ ବିବାଦ ଲାଗି ରହିଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମାତୋଶ୍ରୀ ସ୍ଥିତ ବାସଭବନ ଆଗରେ ହନୁମାନ ଚାଳିଶା ପଢିବା ପାଇଁ ଅରାବତୀ ସାଂସଦ ନବନୀତ ରାଣା ଘୋଷଣା କରିଛନ୍ତି । ଯାହାକୁ ନେଇ ଆଜି ସାଂସଦଙ୍କ ବାସ ଭବନ ଆଗରେ ଶିବସେନା ନେତାଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ଶିବସେନା ନେତା କର୍ମୀମାନେ ବ୍ୟାରିରକେଡ ଭାଙ୍ଗି ଗୃହ ଭିତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିବାରୁ ପୋଲିସ ଅନେକ କର୍ମୀଙ୍କ ଉଠାଇ ନେଇଛି ।
ହନୁମାନ ଚାଳିଶା ବିବାଦ, ଶିବସେନାର ଜୋରଦାର ହଙ୍ଗାମା - ହନୁମାନ ଚାଳିସା ପଢ଼ିବାକୁ ସାଂସଦ ନବନୀତ ରାଣାଙ୍କ ଘୋଷଣା
ମହାରାଷ୍ଟ୍ରରେ ହନୁମାନ ଚାଳିଶାକୁ ନେଇ ବିବାଦ ଲାଗି ରହିଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମାତୋଶ୍ରୀ ସ୍ଥିତ ବାସଭବନ ଆଗରେ ହନୁମାନ ଚାଳିଶା ପଢିବା ପାଇଁ ଅରାବତୀ ସାଂସଦ ନବନୀତ ରାଣା ଘୋଷଣା କରିଛନ୍ତି । ଯାହାକୁ ନେଇ ଆଜି ସାଂସଦଙ୍କ ବାସ ଭବନ ଆଗରେ ଶିବସେନା ନେତାଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ
ଅନ୍ୟପଟେ ଶିବସେନା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ସାଂସଦ ନବନୀତ ରାଣାଙ୍କୁ 'Y' କାଟେଗୋରୀ ସୁରକ୍ଷା ପାଇଁ ଘୋଷଣା କରାଯାଇଛି । ଏହାରି ମଧ୍ୟରେ ନବନୀତ ଓ ବିଧାୟକ ରବି ରାଣା ସୋସିଆଲ ମିଡିରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଉଭୟ କହିଛନ୍ତି, ପୋଲିସ ଆମକୁ ଘର ବାହାରକୁ ଯିବାକୁ ଅନୁମତି ଦେଉନାହିଁ । ଅନ୍ୟପଟେ ଶିବସେନା କର୍ମୀମାନେ ବାସଭବନ ଉପରକୁ ଆକ୍ରମଣ ଉଦ୍ୟମ କରୁଛନ୍ତି । ଆମେ ସର୍ବଦା ମାତୋଶ୍ରୀକୁ ଏକ ମନ୍ଦିରର ମାନ୍ୟତା ଦେଇଛୁ । ତେଣୁ ସାଧାରଣ ଲୋକଙ୍କ ସମସ୍ୟା ନେଇ ଆମେ ସେହି ସ୍ଥାନରେ ହନୁମାନ ଚାଳିଶା ପଢ଼ିବୁ । କିନ୍ତୁ ଉଦ୍ଧବ ଠାକରେ ଏଥିରେ ରାଜନୈତିକ ଲାଭ ଚାହୁଁଛନ୍ତି । ସାଂସଦ ନବନୀତ କହିଛନ୍ତି ଯେ, ସେ ନିଶ୍ଚୟ ବାହାରକୁ ଯିବେ ଏବଂ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପଢ଼ିବେ।
@ANI