ମୁମ୍ବାଇ: ଦାଦରା ଓ ନଗର ହାବେଳି ସାଂସଦ ମୋହନ ଡେଲକର ଆତ୍ମହତ୍ୟା ଆତ୍ମହତ୍ୟା ଘଟଣା ନେଇଛି ନୂଆ ମୋଡ । ଘଟଣାକୁ ନେଇ ତେଜୁଛି ରାଜନୀତି । ଡେଲକରଙ୍କ ଆତ୍ମହତ୍ୟା ପଛରେ ଜଣେ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକଙ୍କ ହାତ ଥିବା ନେଇ ହୋଇଛି ଖୁଲାସା ।
ସାଂସଦ ମୋହନ ଡେଲକର ନିଜ ସୁଇସାଇଡ ନୋଟରେ ପ୍ରଶାସକ ପ୍ରଫୁଲ୍ଲ ଖେଡା ପଟେଲଙ୍କ ନାଁ ଲେଖିଥିବା ଖୁଲାସା କରିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ । ମହରାଷ୍ଟ୍ର ଗୃହମନ୍ତ୍ରୀ ନିଜ ବୟାନରେ କହିଛନ୍ତି, ଡେଲକର ନିଜ ସୁଇସାଇଡ ନୋଟରେ ଦାଦରା ଓ ନଗର ହାବେଳୀର ପ୍ରଶାସକଙ୍କ ସମେତ ଅନ୍ୟମାନଙ୍କୁ ଦାୟୀ କିରଛନ୍ତି ।
ଡେଲକର ମୁମ୍ବାଇରେ ଆତ୍ମହତ୍ୟା କରିଥିଲେ କାରଣ ଯଦି ସେ ଦାଦରା ଓ ନଗର ହାଭେଳିରେ ଯଦି ଆତ୍ମହତ୍ୟା କରିଥାନ୍ତେ, ତେବେ ତାଙ୍କୁ ନ୍ୟାୟ ମିଳିନଥାନ୍ତା ବୋଲି କହିଛନ୍ତି ଦେଶମୁଖ । ଅନ୍ୟପକ୍ଷେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେଶମୁଖଙ୍କୁ ଡେଲକରଙ୍କ ପରିବାର ଭେଟିବା ସହିତ ମହାରାଷ୍ଟ୍ର ସରକାର ନିରପେକ୍ଷ ଯାଞ୍ଚ କରିବା ଉଚିତ ବୋଲି କହିଛନ୍ତି । ସେପଟେ ରାଜ୍ୟସରକାର ଏହି ମାମଲାରେ ଏକ ଏସଆଇଟି ଗଠନ କରିଛନ୍ତି ।