ଭୋପାଳ:୨୩ ବର୍ଷ ପରେ ପାକିସ୍ତାନ ଜେଲରୁ ଫେରିଲେ ମଧ୍ୟପ୍ରଦେଶର ବାସିନ୍ଦା ପ୍ରହ୍ଲାଦ ସିଂ । ଦୀର୍ଘ ୨୩ ବର୍ଷ ଧରି ପାକିସ୍ତାନ ଜେଲରେ ରହିବା ପରେ ପଞ୍ଜାବର ଅଟାରୀ-ୱାଘା ସୀମା ଦେଇ ଗତକାଲି ଭାରତ ଫେରିଛନ୍ତି ।
ଏନେଇ ପ୍ରୋଟୋକଲ ଅଧିକାରୀ ଅରୁନପାଲ ସିଂ ସୂଚନା ଦେଇ କହିଛନ୍ତି ଯେ ପ୍ରହ୍ଲାଦ ସିଂଙ୍କୁ ନେବା ପାଇଁ ମଧ୍ୟପ୍ରଦେଶର ଏକ ପୋଲିସ ଟିମ୍ ଏବଂ ତାଙ୍କ ସାନ ଭାଇ ଭୀର ସିଂ ଆସିଥିଲେ । ପ୍ରହ୍ଲାଦ ସିଂ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଗୁରୁଗ୍ରାମର ବାସିନ୍ଦା । ସେ ମାନସିକ ବିକାରଗ୍ରସ୍ତ ହେତୁ ୩୦ ବର୍ଷ ବୟସରେ ଘରୁ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ଖବରକାଗଜ ଜରିଆରେ ପୁଅକୁ ଖୋଜିବା ପାଇଁ ବିଜ୍ଞାପନ ଦେଇଥିଲେ । ୨୦୧୪ରେ ନିଖୋଜ ପୁଅ ପାକିସ୍ତାନ ଜେଲରେ ଥିବା ପୋଲିସ ସୂଚନା ପାଇ ପରିବାରକୁ ଜଣାଇଥିଲେ ।