ଭୋପାଳ:ମଧ୍ୟ ପ୍ରଦେଶର ଭିଦିସା ଜିଲ୍ଲାରେ ଜଣେ ପ୍ରସୂତି ଏକ ବିରଳ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି । କନ୍ୟା ସନ୍ତାନଟିର 4ଟି ଗୋଡ ରହିଥିବା ଜଣାପଡିଛି । ସୂଚନାନୁସାରେ, ଭିଦିସା ମାଣ୍ଡି ବାମୋରାସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ମହିଳାଜଣଙ୍କ ପ୍ରସବ କରିଥିଲେ । ହେଲେ ଏହି ବିରଳ ଶିଶୁଟିର ସ୍ବାସ୍ଥ୍ଯାବସ୍ଥା ସଙ୍କଟାପନ୍ନ ରହିଛି । ଉଭୟ ପ୍ରସୂତି ଓ ନବଜାତକକୁ ଭୋପାଳ ସ୍ଥିତ AIIMSକୁ ସ୍ଥାନାନ୍ତିରତ କରାଯାଇଛି । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଏହି ମା’ ଓ ଶିଶୁଙ୍କୁ ଚିକିତ୍ସା କରୁଥିବା ସୂଚନା ମିଳିଛି ।
ସୂଚନାନୁସାରେ, ବିଦିସା ମାଣ୍ଡି ବାମୋରା ସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ପ୍ରସୂତୀ ଭର୍ତ୍ତି ହୋଇଥିଲେ । ସେ ଏକ ଚାରିଗୋଡ ଥିବା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଜନ୍ମହେବା ପରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଜରିଆରେ ରାଜଧାନୀ ଭୋପାଳ ସ୍ଥିତ ଏମସ (AIIMS)କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଉଭୟଙ୍କର ଚିକିତ୍ସା ଜାରି ରହିଛି । ହେଲେ ଶିଶୁଟିର ଅବସ୍ଥା ସମ୍ପର୍କରେ କିଛି କୁହାଯାଇପାରିବ ନାହିଁ ବୋଲି ଡାକ୍ତରୀ ଟିମ ପକ୍ଷରୁ ସୂଚନା ମିଳିଛି । ଏହି ମହିଳାଙ୍କର ପୂର୍ବରୁ 3 ସନ୍ତାନ ମଧ୍ୟ ରହିଛନ୍ତି ।