ଓଡିଶା

odisha

ETV Bharat / bharat

50 ପ୍ରତିଶତ ସମ୍ପତ୍ତିର ମାଲିକ ପୋଷା କୁକୁର ‘ଜ୍ୟାକି’ - 50 ପ୍ରତିଶତ ସମ୍ପତ୍ତିର ମାଲିକ ପୋଷା କୁକୁର ‘ଜ୍ୟାକି’

50 ପ୍ରତିଶତ ସମ୍ପତ୍ତିର ମାଲିକ ପୋଷା କୁକୁର । ମଧ୍ୟପ୍ରଦେଶର ଚଉରିଆ ଥାନା ଅଞ୍ଚଳର ଘଟଣା । ଅଧିକ ପଢନ୍ତୁ...

MP farmer names 50% property to pet dog
50 ପ୍ରତିଶତ ସମ୍ପତ୍ତିର ମାଲିକ ପୋଷା କୁକୁର ‘ଜ୍ୟାକି’

By

Published : Dec 30, 2020, 4:52 PM IST

ଭୋପାଳ: ପଶୁ ପ୍ରେମୀ କୃଷକ ଓମ ନାରାୟଣ । ସେଇଥିପାଇଁ ତ ନିଜ ସମ୍ପତ୍ତିର 50 ପ୍ରତିଶତ ନିଜ ପାଳିତ କୁକୁର ଜ୍ୟାକି ନାଁରେ ଉଇଲ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଚଉରିଆ ଥାନା ଅଞ୍ଚଳରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ସେତିକି ନୁହେଁ, ବାକି ଅଧା ସମ୍ପତ୍ତି ନିଜ ଦ୍ବିତୀୟ ପତ୍ନୀ ଚମ୍ପା ନାଁରେ ଉଇଲ କରିଛନ୍ତି । ଓମ ନାରାୟଣ ନିଜପୁଅ ଉପରେ ରାଗି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି କାରଣରୁ ସେ ତାଙ୍କ କୁକୁର ଜ୍ୟାକିଙ୍କୁ ଆଇନଗତ ଉତ୍ତରାଧିକାରୀ କରିଛନ୍ତି ।

50 ପ୍ରତିଶତ ସମ୍ପତ୍ତିର ମାଲିକ ପୋଷା କୁକୁର ‘ଜ୍ୟାକି’

ଓମ ନିଜ ଉଇଲରେ ଲେଖିଛନ୍ତି ଯେ, ମୋ ପତ୍ନୀ ଏବଂ ପୋଷା କୁକୁର ମୋର ସେବା କରନ୍ତି। ସେଥିପାଇଁ ମୁଁ ବଞ୍ଚିବାବେଳେ ସେମାନେ ମୋ ପାଇଁ ସବୁକିଛି | ମୋ ମୃତ୍ୟୁ ପରେ ପତ୍ନୀ ଚମ୍ପା ଭର୍ମା ଏବଂ ପୋଷା କୁକୁର ଜ୍ୟାକି ସମ୍ପୂର୍ଣ୍ଣ ସମ୍ପତ୍ତି ପାଇବାକୁ ହକଦାର ହେବେ | ଆହୁରି ମଧ୍ୟ ଲେଖିଛନ୍ତି ଯେ, କୁକୁରକୁ ସେବା କରୁଥିବା ବ୍ୟକ୍ତି ସମ୍ପତ୍ତିର ପରବର୍ତ୍ତୀ ଉତ୍ତରାଧିକାରୀ ଭାବରେ ବିବେଚିତ ହେବେ | ଗ୍ରାମବାସୀଙ୍କ କହିବା ଅନୁସାରେ, ଓମଙ୍କର 2ଟି ପତ୍ନୀ ରହିଛନ୍ତି । ପ୍ରଥମ ପତ୍ନୀ ହେଉଛନ୍ତି ଧାନଓ୍ବନ୍ତୀ ଭର୍ମା । ଯାହାଙ୍କର ତିନୋଟି ଝିଅ ଥିବାବେଳେ ଗୋଟିଏ ପୁଅ ଅଛି । ଆଉ ଦ୍ବିତୀୟ ପତ୍ନୀଙ୍କର ଚମ୍ପାଙ୍କର କେବଳ ଦୁଇଟି ଝିଅ ଅଛନ୍ତି । ତେବେ ଓମଙ୍କ ପାଖରେ ଏବେ କୋଟିଏ ଟଙ୍କାର ସମ୍ପତ୍ତି ଥିବାବେଳେ 18 ଏକର ଜମି ରହିଛି । ଯାହା 11 ମାସର କୁକୁର ଜ୍ୟାକି ଓ ଦ୍ବିତୀୟ ପତ୍ନୀ ପାଇବାକୁ ହକଦାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details