ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ପିତାଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି - କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ବିବାଦରେ ମଧ୍ୟ ପ୍ରଦେଶ କଂଗ୍ରେସ ନେତାଙ୍କ ବୟାନ । ପ୍ରଧାନମନ୍ତ୍ରୀଙ୍କ ପିତାଙ୍କୁ ନେଇ ଦେଲେ ଆପତ୍ତିଜନକ ମନ୍ତବ୍ୟ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ପିତାଙ୍କ ସମ୍ପର୍କରେ କଂଗ୍ରେସ ନତାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି
ପ୍ରଧାନମନ୍ତ୍ରୀଙ୍କ ପିତାଙ୍କ ସମ୍ପର୍କରେ କଂଗ୍ରେସ ନତାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି

By

Published : Jun 14, 2023, 9:00 PM IST

ଭୋପାଲ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କ ସମ୍ପର୍କରେ ଆପତ୍ତିଜନକ ବୟାନ ଦେଇ ପୁଣି ବିବାଦରେ ଆଉ ଜଣେ କଂଗ୍ରେସ ନେତା । ମଧ୍ୟ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଅରୁଣ ଯାଦବଙ୍କର ଏପରି ଏକ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିର କେହି ନେତା, ପ୍ରଧାନମନ୍ତ୍ରୀ ନିଜେ କିମ୍ବା ତାଙ୍କ ପିତା ମଧ୍ୟ ପ୍ରଚାର ପାଇଁ ଆସିଲେ ସୁଦ୍ଧା କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି ବୋଲି କହିଥିଲେ ଅରୁଣ । ଯାହାକୁ ନେଇ ବିଜେପି ଅରୁଣ ଯାଦବ ଓ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛି ।

ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ କରିଥିଲେ ଅରୁଣ । ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଂଶଗ୍ରହଣ ସମ୍ପର୍କିତ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବଡ଼ ବେପାରୁଆ ଭାବେ ଉତ୍ତର ରଖିଥିଲେ ଅରୁଣ । କହିଥିଲେେ ମଧ୍ୟ ପ୍ରଦେଶ ବିଜେପି ପକ୍ଷରୁ କେହି ବି ପ୍ରଚାର କଲେ ମଧ୍ୟ କିଛି ଫଳ ମିଳିବ ନାହିଁ । ଦଳ ସଭାପତି ଜେପି ନଡ୍ଡା ରାଜ୍ୟ ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ପ୍ରଚାର କରନ୍ତୁ କିମ୍ବା ତାଙ୍କ ପିତା ଆସନ୍ତୁ, କୌଣସି ପ୍ରଭାବ ପଡ଼ିବ ନାହିଁ । ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି ।

ସେହିପରି ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । କହିଥିଲେ, ନିର୍ବାଚନ ସୟମରେ ବିଜେପି ସହ କେହି ନଥିବେ, କେବଳ ସିନ୍ଧିଆ ହିଁ ଏକା ଥିବେ । ସିନ୍ଧିଆଙ୍କ ସହ ଯେଉଁମାନେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ, ସେମାନେ ଏବେ କଂଗ୍ରେସକୁ ଫେରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ନେତା ଦଳରେ ଉଚିତ ଗୁରୁତ୍ବ ପାଉନଥିବା ମଧ୍ୟ ଅନୁଭବ କରୁଛନ୍ତି । ନିର୍ବାଚନ ପୂର୍ବରୁ ସେମାନେ କଂଗ୍ରେସକୁ ଫେରି ଆସିବେ । କେବଳ ଏକମାତ୍ର ସିନ୍ଧିଆ ହିଁ ବିଜେପିରେ ଥିବେ ବୋଲି କହିଥିଲେ ଅରୁଣ ।

ଅରୁଣଙ୍କ ଏହି ମନ୍ତବ୍ୟ ଆସିବା ପରେ ବିଜେପି ମଧ୍ୟ ପାଲଟା ଟାର୍ଗେଟ କରିବାକୁ ପଛାଇନାହିଁ । ବିଜେପି ନେତା ରଜନୀଶ ଅଗ୍ରଓ୍ବାଲ ଏହାକୁ କଂଗ୍ରେସର ପୁରୁଣା ବିକୃତ ମାନସିକତା ବୋଲି କହି ସମାଲୋଚନା କରିଛନ୍ତି । କଂଗ୍ରେସ କେବେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ସମ୍ପର୍କରେ ତ, କେବେ ପିତାଙ୍କ ସମ୍ପର୍କରେ ଏମିତି ଆପତ୍ତିଜନକ ମନ୍ତବ୍ୟ ଦେଇ ଆସିଛି । ଦଳ ମଧ୍ୟରେ ସାମାନ୍ୟ ସଂସ୍କାର ମଧ୍ୟ ବଞ୍ଚିନାହିଁ । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବାକୁ ଯାଉଛି ବୋଲି କହିଛନ୍ତି ରଜନୀଶ । ବିଜେପିର ଅନ୍ୟତମ ପ୍ରବକ୍ତା ନରେନ୍ଦ୍ର ସାଲୁଜା ମଧ୍ୟ ଅରୁଣଙ୍କ ଏହି ବୟାନକୁ ନିନ୍ଦା କରିବା ସହ କଡ଼ା ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details