ଓଡିଶା

odisha

By

Published : Mar 8, 2022, 9:27 AM IST

ETV Bharat / bharat

International Women's Day: ବାର ହଜାର ବର୍ଗଫୁଟର ରଙ୍ଗୋଲି କରି ଚର୍ଚ୍ଚାରେ ମହିଳା କଳାକାର

ଅନ୍ତର୍ଜାତୀୟ ମହିଳା ଦିବସରେ ୧୨ ହଜାର ବର୍ଗଫୁଟ୍‌ର ରଙ୍ଗୋଲି ତିଆରି କଲେ ମହିଳା କଳାକାର । ଅଧିକ ପଢନ୍ତୁ

Women's Day: ମହିଳା ଦିବସରେ ୧୨ ହଜାର ବର୍ଗଫୁଟ୍‌ର ରଙ୍ଗୋଲି, ଚର୍ଚ୍ଚାରେ ଯୁବ କଳାକାର
Women's Day: ମହିଳା ଦିବସରେ ୧୨ ହଜାର ବର୍ଗଫୁଟ୍‌ର ରଙ୍ଗୋଲି, ଚର୍ଚ୍ଚାରେ ଯୁବ କଳାକାର

ଭୋପାଳ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅର୍ଥାତ୍ ନାରୀଙ୍କ ପାଇଁ ଦିନଟିଏ । ମହିଳା ଦିବସ ଅବସରରେ ଏକ ଆକର୍ଷଣୀୟ ରଙ୍ଗୋଲି ତିଆରି କରିଛନ୍ତି ମଧ୍ୟପ୍ରଦେଶର ଜଣେ ଯୁବ କଳାକାର, ନାମ ଶିଖା ଶର୍ମା । ରଙ୍ଗୋଲିଟି ବହୁତ୍ ଖାସ୍ ରହିଛି କାରଣ ଏହା ପ୍ରାୟ ୧୨ ହଜାର ବର୍ଗଫୁଟର ଅଟେ । ଏହାକୁ ଆଜି ପର୍ଯ୍ୟନ୍ତର ସବୁଠୁ ବଡ ରଙ୍ଗୋଲି ବୋଲି କୁହାଯାଉଛି । ରଙ୍ଗୋଲି ସମାଜରେ ମହିଳା ସଶକ୍ତିକରଣକୁ ଦର୍ଶାଇଛି । ଶିଖା ଇନ୍ଦୋରର ଖଣ୍ଡୱା ରୋଡ ସ୍ଥିତ ଦେବୀ ଅହଲ୍ୟା ବିଶ୍ବବିଦ୍ୟାଳୟର ତକ୍ଷଶିକ୍ଷା ପରିସରରେ ଏହି ରଙ୍ଗୋଲି ପକାଇଛନ୍ତି । ଏହାକୁ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ୨ ଦିନ ସମୟ ଲାଗିଥିବା ଶିଖା କହିଛନ୍ତି ।

Women's Day: ମହିଳା ଦିବସରେ ୧୨ ହଜାର ବର୍ଗଫୁଟ୍‌ର ରଙ୍ଗୋଲି, ଚର୍ଚ୍ଚାରେ ଯୁବ କଳାକାର

ଏହି ସୁଦୀର୍ଘ ରଙ୍ଗୋଲିରେ ବିଶ୍ବର ପ୍ରଥମ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ସମେତ ଦେଶକୁ ବିଶ୍ବ ଦରବାରରେ ଗୌରବାନ୍ବିତ କରିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ରାଣୀ ଲକ୍ଷ୍ମୀବାଇ, ବିଶ୍ବ ସୁନ୍ଦରୀ ମାନୁସୀ ଚିଲରଙ୍କ ଭଳି ଅନେକ ଭାରତୀୟ ମହିଳାଙ୍କ ଚିତ୍ର ରହିଛି । ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଏ । ତେଣୁ ଶିଖା ମଧ୍ୟ ନିଜ ରଙ୍ଗୋଲିରେ ମହିଳା ସଶକ୍ତିକରଣକୁ ପ୍ରଦର୍ଶିତ କରିଛନ୍ତି ।

Women's Day: ମହିଳା ଦିବସରେ ୧୨ ହଜାର ବର୍ଗଫୁଟ୍‌ର ରଙ୍ଗୋଲି, ଚର୍ଚ୍ଚାରେ ଯୁବ କଳାକାର

@ANI

ABOUT THE AUTHOR

...view details