ଓଡିଶା

odisha

ETV Bharat / bharat

ଭାରତୀୟ ମୁକ୍ତ ହେଲା ୟୁକ୍ରେନର ସୁନି ସହର: MEA - ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା

ସୁମିରେ ଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବୈଦେଶକ ମନ୍ତ୍ରଣାଳୟର ସୂଚନା । ସମସ୍ତ ଛାତ୍ର ପଶ୍ଚିମ ପ୍ରାନ୍ତରେ ଥିବା ବେଳେ ଖୁବ ଶିଘ୍ର ଭାରତ ଫେରିବେ । ଅଧିକ ପଢନ୍ତୁ

ଭାରତୀୟ ମୁକ୍ତ ହେଲା ୟୁକ୍ରେନର ସୁନି ସହର
ଭାରତୀୟ ମୁକ୍ତ ହେଲା ୟୁକ୍ରେନର ସୁନି ସହର

By

Published : Mar 8, 2022, 8:41 PM IST

ନୂଆଦିଲ୍ଲୀ: ୟୁକ୍ରେନର ସମସ୍ତ ସହରରୁ ଭାରତୀୟଙ୍କୁ ଉଦ୍ଧାର କରାଯିବା ପରେ ସୁମି ସହରରେ ଫସି ରହିଥିବା ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଥିବା ଅଭିଯାନ ଶେଷ ହୋଇଛି । ଆଜି ସୁମି ସହରରେ ଥିବା ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ସହର ବାହାରକୁ ପଠାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇ କହିଛନ୍ତି, ସମସ୍ତ ଭାରତୀୟ ଛାତ୍ରଙ୍କୁ ସହର ବାହରକୁ ପଠାଇବା ପ୍ରକ୍ରିୟା ଶେଷ ହୋଇଛି । ସେମାନେ ଏବେ ପୋଲଟୋଭାରେ ଥିବାବେଳେ ବିଭିନ୍ନ ଯୋଗାଯୋଗ ମାଧ୍ୟମରେ ପଶ୍ଚିମ ପ୍ରାନ୍ତକୁ ଯାତ୍ରା ଆରମ୍ଭ କରିଛନ୍ତି । ସେଠାରୁ ସେମାନେ ଭାରତ ଅଭିମୁଖେ ଉଡାଣ ଭରିବେ ।

ଭାରତୀୟ ମୁକ୍ତ ହେଲା ୟୁକ୍ରେନର ସୁନି ସହର

ସେହିପରି ବର୍ତ୍ତମାନ ସୁଦ୍ଧା ଅପରେସନ ଗଙ୍ଗା ଅଧୀନରେ ପ୍ରାୟ ୧୮ ହଜାର ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରାଇ ଅଣାଯାଇ ସାରିଲାଣି । ଯୁଦ୍ଧ ଆରମ୍ଭ ହେବା ପରେ ୨୨ ଫେବୃଆରୀରେ ଏହି ସ୍ବତନ୍ତ୍ର ଉଦ୍ଧାର ଅଭିଯାନ ‘ଅପରେସନ ଗଙ୍ଗା’ ଆରମ୍ଭ କରିଥିଲେ ଭାରତ ସରକାର । ଯେଉଁଥିରେ ପ୍ରଥମେ ଘରୋଇ ବିମାନ ଓ ପରେ ଭାରତୀୟ ବାୟୁସେନାର ବୃହତ୍ତ ପରିବହନ ବିମାନ ଗ୍ଲୋବମାଷ୍ଟରକୁ ମଧ୍ୟ ସାମିଲ କରାଯାଇଥିଲା । ୪ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଅପରେସନର ନେତୃତ୍ବ ନେବା ପାଇଁ ୟୁକ୍ରେନର ୪ ପଡୋଶୀ ଦେଶ ଗସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details