ଓଡିଶା

odisha

ETV Bharat / bharat

ଭୟଙ୍କର ହିମସ୍ଖଳନ, ଉତ୍ତରାଖଣ୍ଡର ପର୍ବତରେ ଫସିଛନ୍ତି 28ଜଣ ପର୍ବତାରୋହୀ - ଉତ୍ତରକାଶୀରେ ଫସିଲେ ପର୍ବତାରୋହୀ ଟିମ୍‌

ଉତ୍ତରକାଶୀ ଦ୍ରୌପଦୀସ୍ଥିତ ଡାଣ୍ଡା-୨ ପର୍ବତରେ ଫସିଲେ ପର୍ବତାରୋହୀ ଟିମ୍‌ (mountainering trainees trapped at danda two peak)।ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଅଧିକ ପଢ଼ନ୍ତୁ

mountaineering trainees trapped at danda two peak of Uttarkashi
ଉତ୍ତରକାଶୀ ଡାଣ୍ଡା-୨ ପର୍ବତରେ ଫସିଲେ ପର୍ବତାରୋହୀ ଟିମ୍‌, ୮ ଉଦ୍ଧାର

By

Published : Oct 4, 2022, 3:41 PM IST

ଡେରାଡୁନ:ଉତ୍ତରାଖଣ୍ଡର ଉତ୍ତରକାଶୀ ଦ୍ରୌପଦୀସ୍ଥିତ ଡାଣ୍ଡା-୨ ପର୍ବତରେ ଫସିଲେ ପର୍ବତାରୋହୀ ଟିମ୍‌ । ନେହୁରୁ ପର୍ବତାରୋହଣ ଅନୁଷ୍ଠାନର ଏକ ୨୮ ଜଣ ଟିମ୍‌ ଡାଣ୍ଡା-୨ ପର୍ବତ ଆରୋହଣ ପାଇଁ ପହଞ୍ଚିଥିଲେ । ତେବେ ଅଚାନକ ହିମସ୍ଖଳନ ଯୋଗୁଁ ସେଠାରେ ପୂରା ଟିମ୍‌ ଫସି ରହିଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି (mountainering trainees trapped in Uttarakhand ) । ଟିମରେ ସମୁଦାୟ 170 ଜଣ ପ୍ରଶିକ୍ଷାର୍ଥୀ ସାମିଲ ଥିଲେ ।

ମଙ୍ଗଳବାର ସକାଳ ୯ଟା ବେଳେ ଡାଣ୍ଡା-୨ ପର୍ବତରେ ପ୍ରଚଣ୍ଡ ହିମସ୍ଖଳନ ହୋଇଥିଲା । ଫଳରେ ସେଠାରେ ଫସିଯାଇଥିଲେ ପର୍ବତାରୋହୀ ଦଳ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଧାମୀ କହିଥିଲେ, "ନେହୁରୁ ପର୍ବତାରୋହଣ ଅନୁଷ୍ଠାନର କିଛି ଟ୍ରେନି ହିମସ୍ଖଳନ ଯୋଗୁଁ ଡାଣ୍ଡା-୨ ପର୍ବତରେ ଫଶି ରହିଥିଲେ । ଖବର ମିଳିବା ପରେ ତୁରନ୍ତ ସେମାନଙ୍କ ନିକଟକୁ ଆବଶ୍ୟକ ରିଲିଫ ଯୋଗାଇ ଦିଆଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ରକିଛନ୍ତି । ଆର୍ମୀ ଓ ITBP ଯବାନ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି ।"

ଡାଣ୍ଡା ପର୍ବତରେ ଫସି ରହିଥିବା ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ସାମିଲ ରହିଛନ୍ତି । ତା ସହିତ ଅଧିକ ସହାୟତା ପାଇଁ ବାୟୁସେନାର ଅନ୍ୟ ଚପର୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏହାକୁ ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଡାଣ୍ଡା-୨ ପର୍ବତରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସି ରହିଥିବା ପର୍ବତାରୋହୀଙ୍କ ମଧ୍ୟରୁ ୮ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏବେ ବି ସେଠାରେ ଆହୁରି ୨୧ ଜଣ ଫସି ରହିଛନ୍ତି । ଅଚାନକ ହିମସ୍ଖଳନ ଯୋଗୁଁ ଏହି ସମସ୍ତ ପର୍ବତାରୋହୀ ଫସି ରହିଛନ୍ତି ।

ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ମୁଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଛି । ବର୍ତ୍ତମାନ ଫସି ରହିଥିବା ପର୍ବତାରୋହୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାୟୁସେନାକୁ ଉଦ୍ଧାରାକାର୍ଯ୍ୟରେ ସାମିଲ ହେବା ସହ ରିଲିଫ୍‌ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି । ପ୍ରତ୍ୟେକଙ୍କ ସୁରକ୍ଷା କାମନା କରୁଛି ।"

ABOUT THE AUTHOR

...view details