ଓଡିଶା

odisha

ETV Bharat / bharat

ଭାରତ ଆମେରିକା ମଧ୍ୟରେ ସେମିକଣ୍ଡକ୍ଟର ଇନୋଭେସନ ପାର୍ଟନରସିପ ଏମଓୟୁ ସ୍ବାକ୍ଷରିତ

ଆମେରିକାର ସିଏଚଆଇପିଏସ ଏବଂ ସାଇନ୍ସ ଆକ୍ଟ ଓ ଭାରତର ସେମିକଣ୍ଡକ୍ଟର ମିଶନକୁ ଦୃଷ୍ଟିରେ ରଖି ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ସ୍ଥିରତା ଏବଂ ବିବିଧକରଣ ଉପରେ ଦୁଇ ସରକାରଙ୍କ ମଧ୍ୟରେ ଏକ ସହଯୋଗୀ ପ୍ରଣାଳୀ ପ୍ରତିଷ୍ଠା କରିବାକୁ ଏମଓୟୁ ଚେଷ୍ଟା ଲକ୍ଷ୍ୟ ରଖିଛି । ଅଧିକ ପଢନ୍ତୁ

By

Published : Mar 10, 2023, 10:56 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ବାଣିଜ୍ୟିକ ଆଲୋଚନା 2023 ପରେ ଦୁଇ ଦେଶ ମଧ୍ୟରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଏବଂ ନବସୃଜନ ଭାଗିଦାରୀ ଉପରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି।

କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନିମନ୍ତ୍ରଣକ୍ରମେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ନୂତନ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସୁଯୋଗକୁ ଖୋଲିବା ପାଇଁ ସହଯୋଗ ଉପରେ ଆଲୋଚନା ପାଇଁ ଆଜି ଭାରତ-ଆମେରିକାର ବାଣିଜ୍ୟିକ ଆଲୋଚନା ପୁନଃଆରମ୍ଭ କରାଯାଇଥିଲା ।

ଆମେରିକାର ସିଏଚଆଇପିଏସ ଏବଂ ସାଇନ୍ସ ଆକ୍ଟ ଓ ଭାରତର ସେମିକଣ୍ଡକ୍ଟର ମିଶନକୁ ଦୃଷ୍ଟିରେ ରଖି ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ସ୍ଥିରତା ଏବଂ ବିବିଧକରଣ ଉପରେ ଦୁଇ ସରକାରଙ୍କ ମଧ୍ୟରେ ଏକ ସହଯୋଗୀ ପ୍ରଣାଳୀ ପ୍ରତିଷ୍ଠା କରିବାକୁ ଏମଓୟୁ ଚେଷ୍ଟା ଲକ୍ଷ୍ୟ ରଖିଛି ।

ଏହାବି ପଢନ୍ତୁ- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଆମେରିକା ସେକ୍ରେଟାରୀ ଅଫ କମର୍ସ

ଏହା ଉଭୟ ଦେଶର ସହାୟକ ଶକ୍ତି ବୃଦ୍ଧି କରିବା ଏବଂ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ବିଭିନ୍ନ ଦିଗ ଉପରେ ଆଲୋଚନା ମାଧ୍ୟମରେ ବାଣିଜ୍ୟିକ ସୁଯୋଗ ଏବଂ ସେମିକଣ୍ଡକ୍ଟର ଇନୋଭେସନ୍ ଇକୋସିଷ୍ଟମର ବିକାଶକୁ ସହଜ କରିବାକୁ ଲକ୍ଷ୍ୟ ରଖିଛି । ଏମଓୟୁ ପାରସ୍ପରିକ ଲାଭଦାୟକ ଗବେଷଣା ଓ ବିକାଶ, ପ୍ରତିଭା ଏବଂ ଦକ୍ଷତା ବିକାଶ ପାଇଁ ଯୋଜନା କରିଛି ।

ସୂଚନାଯୋଗ୍ଯଯେ ଭାରତ ଗସ୍ତରେ ଥିବା ଆମେରିକା ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ । ନୂଆଦିଲ୍ଲୀ ଠାରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଧର୍ମେନ୍ଦ୍ର ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କ ଜୀବନବ୍ୟାପୀ ଶିକ୍ଷା ଗ୍ରହଣରେ ବ୍ୟାପକ ସୁଯୋଗ ସୃଷ୍ଟି କରିବା, ଦକ୍ଷତା ବିକାଶ, ଷ୍ଟାର୍ଟଅପ ଓ କ୍ଷୁଦ୍ର ଏବଂ ଅଣୁ ଉଦ୍ୟୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ମଜଭୁତ କରିବା ଦିଗରେ ଆଲୋଚନା ହୋଇଥିଲା ।

ସେହିପରି ଏହି ଦ୍ବିପାକ୍ଷିକ ବୈଠକରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବର୍ତ୍ତମାନ କୌଶଳ ଓ ଦକ୍ଷତା ଡିଗ୍ରୀଠାରୁ ବି ଅଧିକ ଗୁରୁତ୍ୱ ବହନ କରୁଛି । ଭାରତର ଥିବା ମାନବ ସମ୍ବଳ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଉଭା ହେଉଥିବା ନୂତନ ପ୍ରଯୁକ୍ତିବିଦ୍ୟା ତଥା ବ୍ୟାପକତା ସୁଯୋଗ ଉଭୟ ରାଷ୍ଟ୍ରର ବିକାଶ ପାଇଁ ସହାୟକ ହେବ । ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଭାରତର ତ୍ୱରିତ ବିକାଶ ପାଇଁ ଥିବା ଦୂରଦୃଷ୍ଟିକୁ ପ୍ରଶଂସା କରିଥିବାରୁ ଧର୍ମେନ୍ଦ୍ର କୃତଜ୍ଞତା ଜଣାଇଛନ୍ତି ।

ABOUT THE AUTHOR

...view details