ଓଡିଶା

odisha

ETV Bharat / bharat

ପରୀକ୍ଷା ପେ ଚର୍ଚ୍ଚାରେ ମୋଦିଙ୍କ ଗୁରୁମନ୍ତ୍ର,କହିଲେ ମା‘ଙ୍କଠୁ ଶିଖ ସମୟ ପରିଚାଳନା ଦକ୍ଷତା - ମାତାଙ୍କ ଠାରୁ ଶିଖି ସମୟ ପରିଚାଳନା ଦକ୍ଷତା

'ପରୀକ୍ଷା ପେ ଚର୍ଚ୍ଚା'ର ଷଷ୍ଠ ସଂସ୍କରଣ । ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର । ଉପଯୁକ୍ତ ସମୟ ପରିଚାଳନା ଦକ୍ଷତା ଶିଖିବା ପାଇଁ ମାତା ସର୍ବୋତ୍ତମ ଉଦାହରଣ । ଅଧିକ ପଢ଼ନ୍ତୁ

‘ପରୀକ୍ଷା ପେ ଚର୍ଚ୍ଚା'ରେ ମୋଦିଙ୍କ ଗୁରୁମନ୍ତ୍ର
‘ପରୀକ୍ଷା ପେ ଚର୍ଚ୍ଚା'ରେ ମୋଦିଙ୍କ ଗୁରୁମନ୍ତ୍ର

By

Published : Jan 27, 2023, 10:44 PM IST

Updated : Jan 27, 2023, 11:03 PM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ 'ପରୀକ୍ଷା ପେ ଚର୍ଚ୍ଚା'ର ଷଷ୍ଠ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । 'ପରୀକ୍ଷା ପେ ଚର୍ଚ୍ଚା' ଆଲୋଚନା ବେଳେ ପିଏମ ମୋଦି ଚାପମୁକ୍ତ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇ କହିଥିଲେ । ଏହାସହ ପିଏମ କହିଥିଲେ ଉପଯୁକ୍ତ ସମୟ ପରିଚାଳନା ଦକ୍ଷତା ଶିଖିବା ପାଇଁ ମାତା ସର୍ବୋତ୍ତମ ଉଦାହରଣ । କିପରି ନିଜ ସମୟକୁ ସଠିକ୍ ରୂପେ ପରିଚାଳନା କରିବ ତାହା ମା‘ଙ୍କ ଠାରୁ ଶିଖିବା ଦରକାର । ପ୍ରତ୍ୟେକଟି କାର୍ଯ୍ୟକୁ ଅତିନିପୂଣତା ସହକାରେ କରିଥାନ୍ତି ମା‘।

ପିଏମ ମୋଦି ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ତୁମେ କେବେ ନିଜ ମାତାର ସମୟ ପରିଚାଳନା କୌଶଳକୁ ଅନୁଧ୍ୟାନ କରିଛ କି ? ମା କେବେ ବି କୌଣସି କଠିନ କାର୍ଯ୍ୟକୁ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେ ତାଙ୍କର ସବୁ କାର୍ଯ୍ଯକୁ ଦକ୍ଷତା ସଦକାରେ କରିଥାନ୍ତି । ଯଦି ତୁମେ ତୁମ ମାଙ୍କୁ ଅନୁଧ୍ୟାନ କର ତେବେ ତମେ ଟାଇମ ମ୍ୟାନେଜ ସ୍କିଲରେ ଦକ୍ଷ ହୋଇପାରିବ ।

ସଫଳ ସମୟ ପରିଚାଳନା ପାଇଁ ଏକ ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କିଛି ଟିପ୍ସ ଦେଇଥିଲେ । ପସନ୍ଦ ଲାଗୁନଥିବା ବିଷୟକୁ ସବୁବେଳେ ଛାତ୍ରଛାତ୍ରୀ ବୋଝ ଭଳି ଭାବନ୍ତି। ତେବେ ପସନ୍ଦ, ଅପସନ୍ଦ ବିଷୟକୁ ନେଇ ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଯାହା ଅପସନ୍ଦ ବିଷୟ ସେଥିପ୍ରତି ବି ଯଥେଷ୍ଟ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ‘‘ଯଦିଓ ଜଣେ ଛାତ୍ର ନିଜକୁ ପସନ୍ଦ ନଥିବା ବିଷୟଗୁଡିକ ଅଧ୍ୟୟନ କରିବାକୁ ବାଧ୍ୟ, ଏହି ବିଷୟକୁ ଛାଡିଦେବା ପରିବର୍ତ୍ତେ ସମସ୍ୟାର ସମାଧାନ ଖୋଜିବା ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ୍ ।’’

ଜୀବନରେ ସମୟ ପରିଚାଳନାର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ’’ଜୀବନରେ ସମୟକୁ ଚତୁରତାର ସହ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।’’ କେବଳ ପରୀକ୍ଷାରେ ନୁହେଁ, ଜୀବନରେ ମଧ୍ୟ ଆମେ ସମୟକୁ ସଠିକ୍ ଭାବରେ ବ୍ୟବହାର କରିବାକୁ ସମର୍ଥ ହେବା ଉଚିତ୍। ନିଜ କାମରୁ କ୍ଳାନ୍ତ ହେବା ଉଚିତ୍ ନୁହେଁ ତାକୁ ଏନଜୟେ କରିବା ଦରକାର। ଯେତେବେଳେ ଆପଣ ଏକ ଯୋଜନା ସହିତ, କାର୍ଯ୍ୟ କରିବା ଆରମ୍ଭ କରିବେ କାର୍ଯ୍ୟ ଅତି ସହଜରେ ହୋଇଯାଏ ।

ପୁନର୍ବାର ସେ ମାଙ୍କ ଉଦାହରଣ ଦେଇ କହିଛନ୍ତି ଯେ ଯଦି ତୁମେ ତୁମର ମା ମାନଙ୍କୁ ଦେଖିବ, ତେବେ ଜାଣିବାକୁ ପାଇବ ମା ସବୁ କାର୍ଯ୍ୟ କରିଥାନ୍ତି, କିନ୍ତୁ କେବେ ଥକନ୍ତି ନାହିଁ । ଯେତେବେଳେ ବି ସେ ସମୟ ପାଇବେ ସେ କାମ କରିବା ଆରମ୍ଭ କରନ୍ତି । ମାତାମାନେ କିପରି କାର୍ଯ୍ୟ କରୁଛନ୍ତି ତାକୁ ନିରୀକ୍ଷଣ କଲେ ତମେ ଟାଇମ ମ୍ୟାନେଜରେ ଦକ୍ଷ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରିର୍ମଶ ଦେଇଛନ୍ତି ମୋଦି ।

ସୂଚନାମୁତବକ ୨୦୧୮ ରେ ପ୍ରଥମ ଥର ପାଇଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗତକାଲି (ଗୁରୁବାର) ତାଲକଟୋରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବାର ସୁଯୋଗ ପାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧିତ୍ୱ କରୁଥିବା ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅତିଥି ଭାବରେ ଯୋଗଦେଥିଲେ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 27, 2023, 11:03 PM IST

ABOUT THE AUTHOR

...view details