ବେଙ୍ଗାଲୁରୁ: ସିଲିକନ୍ ସିଟିରେ ପୁଅ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କଲା ମା । ଏଭଳି ଘଟଣା ବେଙ୍ଗାଲୁରୁର ଅରୁନ୍ଧତୀନଗରରେ ଦେଖିବାକୁ ମିଳିଛି । 30 ବର୍ଷୀୟା ଫାତିମା ନିଜ ପିଲାମାନଙ୍କ ସହ ଅରୁନ୍ଧତୀ ନଗରରେ ରହିଆସୁଥିଲେ । ସେ ଗତ 5 ବର୍ଷ ହେବ ଗଲ୍ଫ୍ ଦେଶ ଗୁଡିକରେ ସହାୟିକା ଭାବରେ କାର୍ଯ୍ୟ କରିଆସୁଥିଲେ । ଦୁବାଇ ଏବଂ କୁଏତ ବ୍ୟାଙ୍କରେ ଟଙ୍କା ରଖିଥିଲେ କିନ୍ତୁ ନିକଟରେ ଯେତେବେଳେ ସେ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ ସେତେବେଳେ ତାହା ଖାଲି ଥିଲା ।
ପୀଡିତା ଅଭିଯୋଗ କରିଛନ୍ତି ଯେ ଫାତିମାଙ୍କୁ ମିଳିଥିବା ଟଙ୍କାକୁ ତାଙ୍କ ମା ରାଫିକା ବେଗମ୍, ଭାଇ ଜାଫର ଓ ତାଙ୍କ ପତ୍ନୀ ସମିନା, ବଡ଼ ଭଉଣୀ ଆୟେଶା ବାନୁ ଏବଂ ପୁଅ ସୟୈଦ କାଲିଲ ଉଠାଇ ନେଇଛନ୍ତି । ଏନେଇ ଫାତିମା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।