ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ବିରଳ ଘଟଣା ଘଟିଛି । ମାଆ-ଝିଅ ଏକାଠି ଗୋଟିଏ ମଣ୍ଡପରେ ବିବାହ କରୁଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କ ସହାୟତାକ୍ରମେ ଗୋରଖପୁରରେ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସମୁଦାୟ 63ଟି ବିବାହ ହୋଇଛି । ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଜରିଆରେ ପିପ୍ରାଉଲି ଗ୍ରାମରେ ଏହି ମାଆ-ଝିଅଙ୍କ ବାହାଘର ହୋଇଛି ।
ସୂଚନା ଅନୁଯାୟୀ ବେଲା ଦେବୀ(53) 25 ବର୍ଷ ତଳେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ । ବେଲାଙ୍କ 3ଟି ଝିଅ ଏବଂ 2ଟି ପୁଅ ଥିଲେ । ତାଙ୍କ ଝିଅ ଇନ୍ଦୁ(27) ରାହୁଲ ନାମକ ଜଣେ ଯୁବକଙ୍କୁ ବିବାହ କରୁଥିଲେ । ଏହି ଉତ୍ସବରେ ବେଲା ଜଗଦିଶ ନାମକ ଜଣେ 55 ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି, ଯିଏକି ଏକାକୀ ଜୀବନ ଅତିବାହିତ କରୁଥିଲେ ।