ଓଡିଶା

odisha

ମହଙ୍ଗା ହେଲା ମଦର ଡାଏରୀ କ୍ଷୀର, ଲିଟର ପିଛା ୨ ଟଙ୍କା ବୃଦ୍ଧି

By

Published : Dec 27, 2022, 9:11 AM IST

ମଦର ଡାଏରୀ କ୍ଷୀର ମୂଲ୍ୟ ୨ଟଙ୍କାକୁ ବୃଦ୍ଧି କରିଛି । ଆଜିଠୁ ଦିଲ୍ଲୀ-NCRରେ ଏହି ନୂଆ ଦର ଲାଗୁ । ଅଧିକ ପଢନ୍ତୁ

mother dairy hikes milk rate
mother dairy hikes milk rate

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ମଦର ଡାଏରୀ କ୍ଷୀର(Mother Diary Milk Price Hike)। ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ କ୍ଷୀର ମୂଲ୍ୟରେ 2 ଟଙ୍କା ବୃଦ୍ଧି ଘୋଷଣା କରିଛି । ଆଜିଠୁ(ମଙ୍ଗଳବାର) ଦିଲ୍ଲୀ-ଏନସିଆରରେ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି । ଏନେଇ ଗତକାଲି ମଦର ଡାଏରୀ ପକ୍ଷରୁ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ପଞ୍ଚମ ଥର ପାଇଁ ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଦୁଗ୍ଧର ମୂଲ୍ୟ ବୃଦ୍ଧି ହୋଇଛି । ମଦର ଡାଏରୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ 30 ଲକ୍ଷ ଲିଟରରୁ ଅଧିକ କ୍ଷୀର ବିକ୍ରି କରେ ।

ଏନେଇ ମଦର ଡାଏରୀ କମ୍ପାନୀ କହିଛି, "ଫୁଲ କ୍ରିମ କ୍ଷୀରର ମୂଲ୍ୟ ବର୍ତ୍ତମାନ ଲିଟର ପିଛା 66 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଟୋନଡ କ୍ଷୀରର ଲିଟର ପିଛା ମୂଲ୍ୟ 53 ଟଙ୍କା ହୋଇଛି । ଏଥି ସହିତ, ଟୋକେନ୍ କ୍ଷୀରର ମୂଲ୍ୟ ଏବଂ ଗାଇ କ୍ଷୀରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେହିପରି ଡବଲ ଟୋନଡ କ୍ଷୀର ଲିଟର ପିଛା 47 ଟଙ୍କାକୁ ବୃଦ୍ଧି ପାଇଛି । କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି, "ଗତ ବର୍ଷ ତୁଳନାରେ ଦୁଗ୍ଧର କ୍ରୟ ମୂଲ୍ୟ ଚଳିତ ବର୍ଷ ପ୍ରାୟ 24 ପ୍ରତିଶତ ବୃଦ୍ଧି ପାଇଛି। ଦୁଗ୍ଧ ଶିଳ୍ପ ପାଇଁ ଏହା ଏକ ଭଲ ବର୍ଷ ସାବ୍ୟସ୍ତ ହୋଇଛି ।"

ଏହା ମଧ୍ୟ ପଢନ୍ତୁ-2023 ସୁଦ୍ଧା 80 ପ୍ରତିଶତ ସ୍ମାର୍ଟଫୋନ୍ ହୋଇ ସାରିଥିବ 5G ସଂଯୋଗ: ICEA

ଏହା ପୂର୍ବରୁ ଗତ ନଭେମ୍ବର ମାସରେ ମଦର ଡାଏରୀ କ୍ଷୀର ମୂଲ୍ୟରେ 2 ଟଙ୍କା ବୃଦ୍ଧି ଘୋଷଣା କରିଥିଲା । ଫଳରେ ଫୁଲ କ୍ରିମ କ୍ଷୀର 63 ଟଙ୍କାରୁ ବୃଦ୍ଧି ପାଇଁ 65 ଟଙ୍କା ହୋଇଥିଲା । ଆଉ ଏବେ ଆଉ ଦୁଇ ଟଙ୍କା ବୃଦ୍ଧି କରାଯିବାରୁ ଏହାର ମୂଲ୍ୟ 66 ଟଙ୍କା ହୋଇଛି । ତେବେ ଚଳିତ ବର୍ଷ 5ର୍ଥ ଥର ପାଇଁ ଆଜି ବଢିଛି ମଦର ଡାଏରୀ କ୍ଷୀର ଦର । ଗତ କିଛି ମାସ ମଧ୍ୟରେ, ମଦର ଦୁଗ୍ଧ କ୍ଷୀରର ମୂଲ୍ୟ ଚାରି ଗୁଣ ବୃଦ୍ଧି ହୋଇଛି । ମଦର ଡାଏରୀ କମ୍ପାନୀ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବା ପରେ ଅନ୍ୟ ଦୁଗ୍ଧ ବିକ୍ରୟକାରୀ କମ୍ପାନୀ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଅକ୍ଟୋବର ୧୬ ତାରିଖରେ ୨ଟଙ୍କା ବଢିଥିଲା ମଦର ଡାଏରୀ କ୍ଷୀର ।

ABOUT THE AUTHOR

...view details