ଓଡିଶା

odisha

ETV Bharat / bharat

ଏସି ବିସ୍ଫୋରଣ ହେବାରୁ ମାଆ ଓ ଶିଶୁ ଜୀବନ୍ତ ଦଗ୍ଧ

ଏସି ବିସ୍ଫୋରଣ ପରେ ଘରେ ଲାଗିଲା ନିଆଁ। ମାଆ ଓ ଦୁଇ ପିଲା ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

By

Published : Mar 7, 2023, 10:22 AM IST

Etv Bharat
Etv Bharat

ବେଙ୍ଗାଲୁରୁ: ଗରମରୁ ବର୍ତ୍ତିବା ପାଇଁ ଘରେ ଲଗାଇଥିଲେ ଏସି । ଏସି ଅନ କରି ଥଣ୍ଡା ପବନରେ ଶୋଇଥିବା ସମୟରେ ହଠାତ ହେଲା ବିସ୍ଫୋରଣ । ଅଗ୍ନିକାଣ୍ଡ ଘଟିବାରୁ ନିଆର ଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଗୋଟିଏ ପରିବାରର 3 ସଦସ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ରାଇଚୁର ତାଲୁକର ଶକ୍ତିନଗର ପୋଲିସ ଷ୍ଟେସନ ଅଞ୍ଚଳରେ । ତିନି ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ତାଙ୍କର ଦୁଇ ପିଲା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ 13 ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ 5 ବର୍ଷର ଶିଶୁ ରହିଛି ।

ଗତକାଲି ସନ୍ଧ୍ୟାରେ ଏୟାର କଣ୍ଡିସନରଟି ବିସ୍ଫୋରଣ ହୋଇଥିଲା। ଏହାପରେ ଅଗ୍ନିକାଣ୍ଡ ଘଟିବାରୁ ଘର ମଧ୍ୟରେ ଥିବା ମାଆ ଓ ଦୁଇ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏନେଇ ଖବର ପାଇ ରାଇଚୁର ଏସପି, ଶକ୍ତିନଗର ପିଏସଆଇ ଏବଂ ବହୁ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା ପୋଲିସ ।

ଏ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇନାହିଁ । ମୃତ ମହିଳାଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ତେବେ ବିସ୍ଫୋରଣ ସମୟରେ ଘର ମଧ୍ୟରେ ଆଉ କେହି ରହିଥିଲେ ନା ନାହିଁ ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ । ବିସ୍ଫୋରଣ ହୋଇଥିବା ଏସିଟି କେଉଁଠାରୁ କିଣା ହୋଇଥିଲା ଓ ଏହା କେବେ କିଣା ଯାଇଥିଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

ଗତ କିଛିଦିନ ତଳେ ଉତ୍ତରପ୍ରଦେଶର ଡୌରାଲା ପୋଲିସ ଷ୍ଟେସନ ଅଞ୍ଚଳରେ ନିର୍ମାଣଧିନ ଶୀତଳ ଭଣ୍ଡାରରେ ବିସ୍ଫୋରଣ ଘଟିଥିଲା । ଫଳରେ ଛାତ ଭୁଶୁଡିବାରୁ 7ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗତ ଜାନୁଆରୀ ମାସରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ 4 ମହଲା କୋଠା ଭୁଶୁଡ଼ି ପଡିଥିଲା । ଏଥିରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ହଜରତଗଞ୍ଜ ଅଞ୍ଚଳର ୱାଜିର ହାସନ ରୋଡରେ ଏହି ଦୁର୍ଘଟଣା ଘଟିଥିଲା । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ସହ ଅଗ୍ନିଶମ ଓ ଅନ୍ୟ ଜରୁରୀ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେହିପରି ଜାନୁଆରୀ 22 ତାରିଖରେ ମଧ୍ୟପ୍ରଦେଶ ସ୍ଥିତ ଶିବପୁରୀ ଜିଲ୍ଲାର କରେରା ଅଞ୍ଚଳରେ କାନ୍ଥ ଭୁଶୁଡି 4 ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିଲେ ।

ABOUT THE AUTHOR

...view details