ମୁମ୍ବାଇ:1993 ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ସଲିମ ଗାଜିର କରାଚୀରେ ମୃତ୍ୟୁ ହୋଇଛି । ରବିବାର ପାକିସ୍ତାନର କରାଚିରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ କିଛି ଦିନ ହେବ ଗାଜି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାବେଳେ ଗତକାଲି ହୃଦଘାତରେ ତାର ମୃତ୍ୟୁ ହୋଇଛି ।
ଅଣ୍ଡରଓ୍ବାର୍ଲ୍ଡ ଡନ ଛୋଟା ସକିଲର ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ସଲିମ ଗାଜିକୁ 1993 ମୁମ୍ବାଇ ବିସ୍ଫୋରଣ ଘଟଣାର ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତ ଭାବେ ଘୋଷଣା କରିଥିଲା ପାକିସ୍ତାନ । ଆକ୍ରମଣ ପରେ ଦାଉଦ ଇବ୍ରାହିମ ସମେତ ଗାଜି ଓ ତାର ସହଯୋଗୀ ଅପରାଧୀମାନେ ଭାରତରୁ ଫେରାର ହୋଇ ପାକିସ୍ତାନରେ ଆତ୍ମଗୋପନ କରିଥିଲା ।
1993ରେ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରାଯିବା ପରେ ଗାଜି ସମେତ ଅନ୍ୟ କିଛି ଆତଙ୍କବାଦୀ ମୋଷ୍ଟ ଓ୍ବାଣ୍ଟେଡ ତାଲିକାଭୁକ୍ତ ହୋଇଥିଲେ । ଗାଜି ପ୍ରଥମେ ପାକିସ୍ତାନ ଓ ପରେ ବିଭିନ୍ନ ଦେଶରେ ଆତ୍ମଗୋପନ କରିଥିଲା । ପରେ ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ସକିଲର ବେଆଇନ ସାମ୍ରାଜ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା ।