ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀରରେ ମୋର୍ଟାର ସେଲ ବିସ୍ଫୋରଣରେ ଜଣେ ମୃତ, ପୁଞ୍ଚ ଓ ରଜୌରୀରେ ଇଣ୍ଟରନେଟ ସେବା ବନ୍ଦ - ମୋର୍ଟାର ସେଲ ବିସ୍ଫୋରଣ

Mortar shell explosion: ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାରେ ମୋର୍ଟାର ସେଲ ବିସ୍ଫୋରଣ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ । ସେପଟେ ପୁଞ୍ଚ୍ ଓ ରଜୌରୀରେ ଇଣ୍ଟର ସେବା ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ

ମୋର୍ଟାର ସେଲ ବିସ୍ଫୋରଣ
Mortar shell explosion

By ETV Bharat Odisha Team

Published : Dec 23, 2023, 8:15 AM IST

Updated : Dec 23, 2023, 10:15 AM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ମୋର୍ଟାର ସେଲ ବିସ୍ଫୋରଣ । ସାମ୍ବା ଜିଲ୍ଲାର ଚାନ୍ଦଲି ଗ୍ରାମରେ ମୋର୍ଟାର ସେଲ ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଏହି ମୋର୍ଟାର ସେଲଟି ଜଙ୍ଗଲରୁ ଠାବ ହୋଇଥିଲା । ଏନେଇ ସାମ୍ବାର ପୋଲିସର ବରିଷ୍ଠ ପୋଲିସ ଅଧୀକ୍ଷକ ବେନାମ ତୋଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଛି । ଆହତ ଓ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଗୁରୁବାର ପୁଞ୍ଚରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସର୍ଚ୍ଚ ଅପରେସନ ଆଜି ମଧ୍ୟ ଜାରି ରହିଛି । ସୁରକ୍ଷା ଦୃଷ୍ଟିରୁ ପୁଞ୍ଚ ଓ ରଜୌରୀରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି ।

ବରିଷ୍ଠ ପୋଲିସ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ଚାନ୍ଦଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ମୋର୍ଟାର ସେଲ ବିସ୍ଫୋରଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଏହି ମୋର୍ଟାର ସେଲଟି ଜଙ୍ଗଲରୁ ଠାବ ହୋଇଥିଲା । ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଜିଏମସି ଜମ୍ମୁ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ; ସର୍ଚ୍ଚ ଅପରେସନ ଜାରି

ଦୁଇ ଦିନ ତଳେ ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ଼ ଧରଣର ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ଭାରତୀୟ ସେନାର ୫ ଯବାନ ଶହୀଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ । ଦୁଇଟି ସେନା ଗାଡ଼ିରେ ସୁରକ୍ଷାକର୍ମୀଙ୍କ ଏକ ଟିମ୍ ଅପରେସନରେ ବାହାରି ଥିବାବେଳେ ପୁଞ୍ଚରେ ସଶସ୍ତ୍ର ଆତଙ୍କବାଦୀ ତାଙ୍କର ଗାଡ଼ିକୁ ଆମ୍ବୁସ କରି ଆଖିବୁଜା ଗୁଳିମାଡ କରିଥିଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଇଥିଲା । ଆଜି ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଛନ୍ତି । ସୁରକ୍ଷା ଦୁଷ୍ଟିରୁ ପୁଞ୍ଚ୍‌ ଓ ରଜୌରୀରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଗୁଳିମାଡ: 4 ଯବାନ ଶହୀଦ, ଏନକାଉଣ୍ଟର ଜାରି

ଗୁରୁବାର ପୁଞ୍ଚର ଥାନାମଣ୍ଡି ସୁରନକୋଟ ରାସ୍ତାରେ ଆତଙ୍କୀ ଆକ୍ରମଣ ଘଟିଥିଲା । ଦୁଇଟି ଗାଡିରେ ସୁରକ୍ଷାକର୍ମୀମାନେ ଆତଙ୍କୀ ନିରୋଧି ଅପରେସନ ପାଇଁ ଯାଉଥିବା ବେଳେ ଥାନାମଣ୍ଡି ନିକଟରେ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ । ଫଳରେ ଆତଙ୍କୀଙ୍କ ଗୁଳିମାଡ଼ରେ ଗାଡିରେ ଥିବା ୫ ଜଣ ଯବାନ ଶହୀଦ ହୋଇଯାଇଥିଲେ । ମାସକ ଭିତରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ଏହା ଦ୍ବିତୀୟ ଘଟଣା ଅଟେ ।

Last Updated : Dec 23, 2023, 10:15 AM IST

ABOUT THE AUTHOR

...view details