ବେଙ୍ଗାଲୁରୁ:ୟୁକ୍ରେନରେ ଋଷର ଆକ୍ରମଣ ବେଳେ ମୃତ୍ୟୁ ଘଟିଥିବା ଭାରତୀୟ ଛାତ୍ର ନବୀନ ଶେକରପ୍ପାଙ୍କ ମୃତଦେହ ଆସନ୍ତା ସୋମବାର ଭାରତରେ ପହଞ୍ଚିବ। ଏନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ ସୂଚନା ଦେଇଛନ୍ତି।
ମୃତ ଭାରତୀୟ ଛାତ୍ର ନବୀନଙ୍କ ପିତା କହିଛନ୍ତି ଯେ, ମାର୍ଚ୍ଚ 21 (ସୋମବାର) ଭୋର 3ଟା ସମୟରେ ନବୀନଙ୍କ ମୃତଦେହ ବେଙ୍ଗାଲୁରୁ ଆଣାଯିବ । ସେ ଏହା ମଧ୍ୟ କହିଛନ୍ତି ସାଧାରଣ ଲୋକେ ତାଙ୍କ ମୃତଦେହ ଦେଖିବା ପାଇଁ କିଛି ସମୟ ରଖାଯିବ। ତେବେ ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ନବୀନଙ୍କ ମୃତଦେହ ଦାନ କରିବାକୁ ତାଙ୍କ ବାପା କହିଛନ୍ତି।