ନୂଆଦିଲ୍ଲୀ:ଏଚଆଇଭି ଏଡସକୁ ନେଇ ଚାଞ୍ଚଲ୍ୟ କର ତଥ୍ୟ ସାମ୍ମାନକୁ ଆସିଛି । ଗତ ୧୦ ବର୍ଷରେ ଅସୁରକ୍ଷିତ ଯୌନ ସମ୍ପର୍କ ଲାଗି ୧୭ ଲକ୍ଷରୁ ଅଧିକ ଲୋକେ HIV ଏଡ୍ସରେ ସଂକ୍ରମିତ ହୋଇଛନ୍ତି । ତେବେ ସୂଚନା ଅଧିକାର ନିୟୟ ଆଧାରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଜାତୀୟ ଏଡ୍ସ ନିୟନ୍ତ୍ରଣ ସସ୍ଥା ।
ମଧ୍ୟପ୍ରଦେଶର ସୂଚନା ଅଧିକାରୀ କର୍ମୀ ଚନ୍ଦ୍ର ଶେଖର ଗୌର ଏନେଇ ଜାତୀୟ ଏଡ୍ସ ନିୟନ୍ତ୍ରଣ ସସ୍ଥାକୁ ଏହି ତଥ୍ୟ ମାଗିଥିଲେ । ତାଙ୍କୁ ମିଳିଥିବା ତଥ୍ୟ ଅନୁସାରେ, ଅସୁରକ୍ଷିତ ଯୌନ ସମ୍ପର୍କ କାରଣରୁ ୨୦୧୧-୧୨ରେ ୨ ଲକ୍ଷ ୪ ହଜାର ଲୋକେ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା ବର୍ଷ ୨୦୨୦-୨୧ରେ ହ୍ରାସ ପାଇବା ସହ ୮୫,୨୬୮ ରହିଥିଲା ।
ଗତ ୧୦ ବର୍ଷ(୨୦୧୧-୨୦୨୧) ମଧ୍ୟରେ ୧୭,୦୮,୭୭୭ ଜଣ ସଂକ୍ରମିତ ହୋଇଛନ୍ତି ବୋଲି ଜାତୀୟ ଏଡ୍ସ ନିୟନ୍ତ୍ରଣ ସସ୍ଥା ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଏଥିସହ ଏଡସ୍ ସଂକ୍ରମଣରେ ଆନ୍ଧ୍ରପ୍ରଦେଶ ଏକ ନମ୍ବରରେ ରହିଥିବା ବେଳେ ଏହାର ସଂଖ୍ୟା ୩,୧୮,୮୧୪ ରହିଛି । ଏହା ସହିତ ଦ୍ବିତୀୟରେ ମହାରାଷ୍ଟ୍ର ୨,୮୪,୫୭୭ ରହିଥିବା ବେଳେ ତୃତୀୟ ସ୍ଥାନରେ କର୍ଣ୍ଣାଟକ ୨,୧୨,୯୮୨ ଓ ତାମିଲନାଡୁ ୧,୧୬,୫୩୬ ସଂକ୍ରମିତ ସଂଖ୍ୟ ରହିଛି ।